ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ପକ୍ଷରୁ ବୈଠକ
କବିସୂର୍ଯ୍ୟନଗର,(କୃଷ୍ଣ ଚନ୍ଦ୍ର ନାୟକ) :ଆଉ କିଛି ଦିନ ପରେ ଗଞ୍ଜାମ ର ପସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହେବ, ସେ ନେଇ ଆଜି କବିସୂର୍ଯ୍ୟନଗର ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. କବିସୂର୍ଯ୍ୟନଗର ସ୍ଥିତ କାଳଞ୍ଜି କୁଳ ସଭା ଗୃହ ଠାରେ ଜିଲ୍ଲା ସଭାପତି ବ୍ରଜସୁନ୍ଦର ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଆଗାମୀଦିନରେ ହେବାକୁ ଥିବା ଦଣ୍ଡ ନାଚରେ ଅଶ୍ଳୀଳତା ନଥାଇ ରେକର୍ଡ ଡ୍ୟାନ୍ସ କରିବା, ଅପ ସଂସ୍କୃତି, ଅଶ୍ଳୀଳତା, ଠାରୁ ଦୁରେଇ ଲୋକ ସଚେତନତା ମୂଳକ ସାମାଜିକ ନାଟକ କରିବାକୁ ନିଷ୍ପତି ନିଆଯାଇଥିଲା, ଜିଲ୍ଲା ପ୍ରଶାସନ ଜାରି କରିଥିବା ଏସଓପିକୁ ପାଳନ କରି ଦଣ୍ଡ ଯାତ୍ରା କରିବାକୁ ସମସ୍ତ ଦଣ୍ଡକାଳୀ କମିଟି ନିଷ୍ପତି ନେଇଥିଲେ.. ବୈଠକ ରେ ଗଞ୍ଜାମ ଜିଲ୍ଲାର ସମସ୍ତ ଦଣ୍ଡକାଳୀ ମନ୍ଦିର ଅଧିକାରୀ, ପରିଚାଳକ, କମିଟି, କର୍ମକର୍ତା ଉପସ୍ଥିତ ଥିବା ଜଣାଯାଇଛି।


