ଜଙ୍ଗଲ ନିଆଁ ଲିଭାଇଲେ ଡିଏଫ୍ଓ ରେଞ୍ଜର

ସିନାପାଲି,(ଲିଲାମ୍ବର ନାଗ):ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରବଳ
ଖରା ଅନୁଭୁତ ହେଲାଣି । ଏହି ସମୟରେ କିଛି ଅସାମାଜିକ ଲୋକ ମହୁଲ ସଂଗ୍ରହ କରିବା ପାଇଁ ଗଛ ତଳେ ନିଆଁ ଲଗାଇ ସଫା କରୁଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ନିଜ ଚାଷ ଜମିକୁ ନିଆଁ ଲଗାଇ ଲଟା ବୁଦା ସଫା କହୁଛନ୍ତି।ଫଳରେ ନିଆଁ ଜଙ୍ଗଲରେ ଲାଗି ଯାଉଛି। ଯାହା ଫଳରେ ଜଙ୍ଗଲର ଛୋଟ ଗଛ ଲତା ସାଂଗକୁ ତଳେ ପଡ଼ିଯାଇଥିବା ମଞ୍ଜି ପୋଡ଼ି ନୂତନ ଗଛଲତା ସୃଷ୍ଟି ହେବାରୁ ବାଧକ ସୃଷ୍ଟି ହୋଇ ବନ୍ୟପଶୁ ପକ୍ଷୀ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏଭଳି ଏକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ସରକାରୀ କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ହୁତୁହୁତୁ ହୋଇ ଜଳୁଥିଲା ଜଙ୍ଗଲ ନିଆଁ ଲିଭାଇଲେ ଖଡ଼ିଆଳ କେନ୍ଦୁଲିପ ଡିଏଫଓ ଏ. ମାଧବୀଲତା ଓ ତାଙ୍କର ସାଙ୍ଗେ ଥିଲେ ସିନାପାଲି କେନ୍ଦୁଲିପ ରେଞ୍ଜର ଜଳି ରଣା। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ବ୍ରାହ୍ମଣିଗୁଡା ଗାଁ ସଂଲଗ୍ନ ନିକଟ ଜଙ୍ଗଲରେ ନିଆଁ ଲାଗିଥ‌ିବା ଦେଖୁ ଗଛଲତା ସାହାଯ୍ୟରେ ଜଳୁଛି ଜଙ୍ଗଲ ନିଆଁ ଲିଭାଇଥିଲେ। ଉଭୟ କେନ୍ଦୁଲିପ ଖଡ଼ିଆଳ ଡିଏଫଓ ଏ. ମାଧବୀଲତା ଏବଂ ରେଞ୍ଜର ଜଳି ରଣାଙ୍କ ଉଦ୍ୟମ ଯୋଗୁଁ ବଞ୍ଚି ଯାଇଛି ଅନେକ ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁ। ଜଙ୍ଗଲ ରେ ନିଆଁ ନ ଲଗାଇବା ନେଇ ପ୍ରଶାସନ ତରଫରୁ ବିଭିନ୍ନ ସମୟରେ ସଚେତନତା କରାଯାଉଛି ହେଲେ ଅମାନିଆମାନେ ବୁଝି ନ ପାରି ନିଆଁ ଲଗାଇ ଛାଡ଼ି ଦେଉଥ‌ିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଥ‌ିବା ପରିବେଶବିତ ତଥା ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ