କ୍ଷତ୍ରିୟବରପୁରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି, କ୍ଷତ୍ରିୟବରପୁର ପଞ୍ଚାୟତ କାଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏବିଇଓ ସନ୍ତୋଷ କୁମାର ପାତ୍ର, ସରପଞ୍ଚ କମଳା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ, ଶିବିରରେ ମୁଖ୍ୟତଃ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍ ଯୋଗାଣ, ରାସନ୍ କାର୍ଡ୍, ପାନୀୟ ଜଳ, ଭତ୍ତା, ଆବାସ ଯୋଜନା, ସୁଭଦ୍ରା ଯୋଜନା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯାଇଥିଲା, ସମସ୍ତ ଅଭିଯୋଗକୁ ତର୍ଜ୍ଜମା କରାଯାଇ ପର୍ଯ୍ୟାୟ କ୍ରମେ ଅଭିଯୋଗ ଗୁଡ଼ିକର ସମାଧାନ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ପ୍ରତିଶୃ୍ତି ଦେଇଥିଲେ।


