ସଡକ ଦୁର୍ଘଟଣାରେ ଜଣେ ମୃତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ସୁନିଲ କୁମାର ଭତ୍ରା (୪୦) ମୃତ୍ୟୁବରଣ କରିଛନ୍ତି। ଏଥିସହ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେ ହେଲେ ଅନୁରାଗ ଖୁଣ୍ଟିଆ। ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ହୋଲି ପର୍ବ ଥିବା ଯୋଗୁ ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀମାନେ ମିଶି ଡହ ଜଳଭଣ୍ଡାରକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଖାଇବା ପରେ ଶାଖା ପରିଚାଳକ ଏବଂ ଅନ୍ୟ ଜଣେ ମିଶି ଫେରିବା ସମୟରେ କାର ଗାଡିଟି ଡହ ନିକଟରେ ହିଁ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଲଗାଇଥିଲା। ଫଳରେ ଉଭୟ ଆହତ ହୋଇଥିଲେ। ଶିକ୍ଷକ ନେତା ଜଗବନ୍ଧୁ ଜେନା ଏହି ସମୟରେ ସେହି ରାସ୍ତାରେ ଆସୁଥିବାବେଳେ ଘଟଣାଦେଖି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଏହାପରେ ଦମକଳବାହିନୀ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡିକାଲରେ ଡାକ୍ତର ଶାଖା ପରିଚାଳକ ସୁନିଲ କୁମାର ଭତ୍ରାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି। ଏହି ଘଟଣା ଜଣାପଡିବା ପରେ ସୋରଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିସହ ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଭଞ୍ଜନଗର ମେଡିକାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଛନ୍ତି। ଏଥିସହ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ