ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

କଟକ, (ଓ୍ବାଇଏନଏସ): ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଳପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ବିଜୁ ପଟ୍ଟନାୟକ ସଂଗ୍ରହାଳୟ (ଆନନ୍ଦ ଭବନ)ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ପରିସରରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଏବଂ ଯୋବ୍ରା ଆନିକଟ ସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଉପନିର୍ଦ୍ଦେଶକ (କେନ୍ଦ୍ରାଂଂଚଳ) ଏବଂ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ , ଜିଲ୍ଳା ସଂସ୍କୃତି ଅ୍ରଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଏବଂ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ