ଘୋଷରାପଦା ଦୋଳ ମେଲଣ ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମର ପ୍ରସିଦ୍ଧ ଦୋଳ ମେଲଣ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅକରୁଆ, ଘୋଷରାପଦା, ଚୋରଗଡିଆ, ରଗୁଡି, ହାଟଡିହି, ଗୋପ, ଅଣା ପ୍ରଭୃତି ୮ଟି ସ୍ଥାନରୁ ଦୋଳ ବିମାନ ଗୁଡ଼ିକ ଆସିଥିଲେ। ସନ୍ଧ୍ୟାରେ ଗାୟକ ଧନଞ୍ଜୟ ବେହେରାଙ୍କ ଦ୍ୱାରା ସତ୍ୟନାରାୟଣ ପାଲା ଅନୁଷ୍ଠିତ ହେବାପରେ ବିଳମ୍ବିତ ରାତିରେ ଦୋଳ ବିମାନ ଗୁଡିକ ସୁସଜିତ ପଟୁଆରରେ ଦୋଳ ପଡିଆକୁ ଆସିଥିଲା। ଏଥିପାଇଁ ଆତସବାଜୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଥିବା ବେଳେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଶିଶିର କୁମାର ମହାନ୍ତି, ଉଦୟ ନାଥ ମହାନ୍ତି, ନରହରି ପାତ୍ର, ଅଭିନ୍ନ ରାଉଳ, ମକରଧ୍ଵଜ ଜେନା, ଗୌରାଙ୍ଗ ଜେନା, ଗଣେଶ୍ୱର ବାରିକ, ବୁଦ୍ଧଦେବ ଦାସ, ଗଗନ ବେହେରା, ଭଗ୍ୟଧର ବେହେରା, କରୁଣାକର ବାରିକ, ନବ କିଶୋର ଜେନା, ବାଜୁ ଜେନା, , ବୈଷ୍ଣବ ସେଠୀ, ଭୀମସେନ ସେଠୀ, ନର୍ତ୍ତମ ଜେନା, ସନାତନ ଜେନା, ରଥ ବାରିକ, ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


