ବେଳାଭୂମି ଯଂଜ୍ଞ ମହୋତ୍ସବ ସମିତି ତରଫରୁ ହୋଲି ପାଳିତ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପବିତ୍ର ହୋଲି ଅବସରରେ ଅସ୍ତରଙ୍ଗ ବ୍ଲକ ନିକଟସ୍ଥ ଅଣଚମ୍ପା ଠାରେ ବେଳାଭୂମି ଯଂଜ୍ଞ ମହୋତ୍ସବ ସମିତି ତରଫରୁ ପବିତ୍ର ହୋଲିର ସାୟଂ କାଳୀନ ସମୟରେ ସଙ୍ଗୀତ ସମାରୋହ ମହାଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ସନ୍ଧ୍ୟାରେ ବେଳାଭୂମି ଯଂଜ୍ଞ ମହୋତ୍ସବ ସମିତି ସଭାପତି ଅକ୍ଷୟ ପରିଡାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଓଡିଶା ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ରଘୁନାଥ ମହାପାତ୍ର, ଆବାହକ ଶଙ୍କର ଜେନା, ବେଳାଭୂମି ଯଂଜ୍ଞ ମହୋତ୍ସବ ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ପବିତ୍ର ହୋଲି ଅବସରରେ ଏଭଳି ନିଆରା ସଙ୍ଗୀତ ସମାରୋହକୁ ଅତିଥି ଭୂୟଂଶି ପ୍ରଶଂସା କରିଥିଲେ। ରଙ୍ଗ ପର୍ବ ହୋଲି କିନ୍ତୁ ପ୍ରକୃତି ରଙ୍ଗ କେବେ ମିଛ କୁହେ ନାହିଁ। ଏକ ନାଲି, ଗୋଲାପ ସର୍ବଦା ପ୍ରେମର ବାର୍ତ୍ତା ଦିଏ ଏବଂ ନୀଳ ଆକାଶ ଶାନ୍ତିର ପ୍ରତୀକ ଅଟେ। ଦେଖିବା ଲୋକ ଯେ କେହି ବି ହେଉ। ହୋଲି ପର୍ବ ଆମକୁ ଏହି ସତ୍ୟ ବୁଝିବାକୁ ସୁଯୋଗ ଦିଏ। ଏହି ହୋଲି ରେ ଆସନ୍ତୁ ଭେଦଭାବ ଭୁଲି ପରସ୍ପର କୁ ଆପଣାଇବା ଏବଂ ସମାଜରେ ପ୍ରେମ ଓ ଏକତାର ରଙ୍ଗ ଭରିଦେବା। ଭଜନ ସନ୍ଧ୍ୟାର ମୁର୍ଚ୍ଛନା, ଦେଖଣାହାରି ଙ୍କୁ ମନ୍ତ୍ରମୁଗ୍ଧ କରିବାରେ ସମର୍ଥ ହୋଇଥିଲା। ସଂସ୍କୃତି ଏବଂ ଆଧାତ୍ମିକତା ଅପୂର୍ବ ସମାଗମ ପରିବେଶ କୁ ସକାରାତ୍ମକ ଅନୁଚିନ୍ତା ପାଈଁ ବାଟ କଢେଇ ପାରିଥିଲା। ସୁନାମ ଧନ୍ୟ କଣ୍ଠଶିଳ୍ପୀ,ଗୀତିକାର ଓ ବାଦ୍ୟକାର ଙ୍କୁ ନେଇ ଏହି ସଙ୍ଗୀତ ସମାରୋହ କୁ ଶତାଧିକ ଦର୍ଶକ ଶୀତୁଆ ସନ୍ଧ୍ୟା ରେ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଈଶ୍ୱର ବେହେରା, ପ୍ରସନ୍ନ ବେହେରା, ଯଶୋବନ୍ତ ବେହେରା, ମନୋଜ ବିଶ୍ୱାଳ, ଅରୁଣ ବିଶ୍ୱାଳ, କେଦାରନାଥ ନାୟକ, ପ୍ରଶାନ୍ତ ଭୋଳ, କୈଳାଶ ନାୟକ, କ୍ଷୀରୋଦ ଦଳାଇ, ଶିକ୍ଷାବିତି ନାରାୟଣ ପରିଡା, ଉଲ୍ଲାସ ବେହେରା, ମାନସ ରାଉତ, ହିମାଂଶୁ ବେହେରା, ମାୟାଧର ବାଘ ପ୍ରମୁଖ ପରିଚାଳନା କରିଥିଲେ। ପବିତ୍ର ହୋଲି ଅବସରରେ ବେଳାଭୂମି ଯଂଜ୍ଞ ମହୋତ୍ସବ ସମିତି ତରଫରୁ ନିଆରା କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ