ଅସ୍ତରଙ୍ଗରେ ବିଜେଡି ବିଶାଳ ମହା ସମାରୋହ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପ୍ରବାଦ ପୁରୁଷ ମହାନ ଜନନାୟକ ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମଜୟନ୍ତୀ। ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ପୀରଜାହାନିଆ ପୀଠରେ ବିଜୁ ଜନତା ଦଳପକ୍ଷରୁ ମହାସମାରୋହ ରେ ପାଳନ କରାଯାଇଛି। ପ୍ରଭାତରେ ବିଜୁ ପଟ୍ଟନାୟକ ଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ନିସ୍ଵାର୍ଥପର ଲୋକସେବାର ପ୍ରତିକ୍ ପ୍ରବାଦ ପୁରୁଷ ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କର ଦେଶ ଓ ଜାତି ପ୍ରତି ଅମୁଲ୍ୟ ଅବଦାନ, ସଶକ୍ତ ଓ ପୂଣ୍ୟ ବିକଶିତ ଓଡିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ଅତିଥି ଭାବେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା, ପୁରୀଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ଏକ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ଭୀମସେନ ସ୍ୱାଇଁ, ରାମଚନ୍ଦ୍ର ନାୟକ,ଅସ୍ତରଙ୍ଗ ଯୁବ ବିଜେଡି ସଭାପତି ପ୍ରଶାନ୍ତ ନାୟକ ,ପୂର୍ବତନ ସରପଞ୍ଚ ମାନସ ସାହୁ, ଲକ୍ଷ୍ମୀଧର ଜେନା,ସାଇରଂଜନ ପ୍ରଧାନ, ପ୍ରଫୁଲ୍ଲ ବେହେରା,ରୁଦ୍ର ପ୍ରସାଦ ଲେଙ୍କା ଙ୍କ ସହ ଅନେକ କର୍ମକର୍ତା ଉପସ୍ଥିତ ରହି ବିଜୁ ବାବୁଙ୍କ ଉପରେ ଆଲୋକପାତ କରିବା ସହିତ ବିଜୁ ଜନତା ଦଳକୁ ସଶକ୍ତ ସୃଦୃଢ଼ କରିବାକୁ ମତପ୍ରକାଶ କରିଥିଲେ।ଉପସ୍ଥିତ ଅତିଥି ଙ୍କ ସହ ଶତାଧିକ ବିଜୁ ପ୍ରେମୀ ଏକ ସମୃଦ୍ଧ, ସଶକ୍ତ ନବୀନ ଓଡିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତ ର ୫ହଜାର ଉର୍ଦ୍ଧ ବିଜୁପ୍ରେମୀ ଓ ବିଜୁ ଜନତା ଦଳର କର୍ମୀଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ