୫ମ ବାର୍ଷିକ ମହିଷାଲଣ୍ଡା ଲଉଡି ମହୋତ୍ସବ ପାଳିତ

କଟକ, (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ଵାର ବ୍ଳକ ଅନ୍ତର୍ଗତ ମହିସାଲାଣ୍ଡା ଗ୍ରାମରେ ରାଧାମାଧବ ଜୀଉ ଲଉଡି ଦଳ ଆନୁକୁଲ୍ୟରେ ଏକ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆୟୋଜକ ଦଳ ସହ ସ୍ଥାନୀୟ କୁଜିବର, କଞ୍ଜିଆ, ବାଣିପଦା, ଜେମାଦେଇପୂର୍ ଆଦି ଚାରିଗୋଟି ଗ୍ରାମର ଶତାଧିକ ଗୋପାଳ ଯୁବ ଲଉଡି ଖେଳାଳି ମାନେ ଯୋଗ ଦେଇଥିଲେ। ଆଠଗଡ଼ର ବିଜେପି ନେତା ତଥା ଯୁବ ପ୍ରତିଭା ଅଭୟ କୁମାର ବାରିକ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦ୍ଘାଟନ କରିବା ସହ ଯୁବକ ମାନଙ୍କ ସହିତ ମିଶି ଲଉଡି ଖେଳିଥିଲେ । ମୂଖ୍ୟ ଅତିଥି ଶ୍ରୀ ବାରିକ ଙ୍କୁ ଗାଁ ମୁଣ୍ଡରୁ ବାଜା ରୋଷଣୀ ଓ ପାରମ୍ପରିକ ନାଚ ଗୀତ ସହ ମହୋତ୍ସବ ସ୍ଥଳୀ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ମହିଷାଲଣ୍ଡାର ଥାନପତି ପ୍ରଶାନ୍ତ ବେହେରା ମହୋତ୍ସବର ଆୟୋଜନ କରିଥିବା ବେଳେ ଦୁଶାସନ ଦାସ,ବିଚିତ୍ର ବେହେରା, ବସନ୍ତ ନାୟକ, ଚନ୍ଦ୍ରମଣି ଦାସ, ମିଞ୍ଜନ ବେହେରା, କାବୁଲି ଖିଲାର, ଶିବାନନ୍ଦ ବେହେରା, ସନ୍ତୋଷ ଖିଲାର, ଧନଞ୍ଜୟ ବେହେରା, ଦୀପକ ବେହେରା, ଚନ୍ଦନ ବେହେରା, ସମୀର ଦାସ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ