ଉଦୟପୁର ଓ ଅସ୍ତରଙ୍ଗରେ ଦୋଳ ମେଳଣ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରାଣରେ ବର୍ଣ୍ଣିତ ଅଛି “ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନ, ରଥେ ତୁ ବାମନ ଦୃଷ୍ଟା, ପୁନଃ ଜନ୍ମ ନ ବିଦ୍ୟତେ “। ଏହି ଉକ୍ତିକୁ ଆଧାର କରି କେଉଁ ଆବାହନ କାଳରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦୟପୁର ସ୍ଥିତ ରାଧାକୃଷ୍ଣ ମେଳଣ ପଡିଆ ଓ ଅସ୍ତରଙ୍ଗ ଜାଗୁଳାଇ ପଡିଆରେ ଦୋଳ ଯାତ୍ରା ତଥା ହରିହର ଭେଟ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହେଉଛି । ଓଡିଶାରେ ପାଳିତ ହେଉଥିବା ପର୍ବ ମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳ ପର୍ବ। ଫାଲ୍ଗୁନ ଶୁକ୍ଳଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ଏହାର ଅନ୍ୟ ନାମ ଦୋଳଯାତ୍ରା। ଏଥିରେ ଦୋଳ ବା ଦୋଳ ଗୋବିନ୍ଦ ବିମାନରେ ରାଧାକୃଷ୍ଣଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଏ। ବିମାନରେ ଝୁଲି ଝୁଲି ଆସୁଥାନ୍ତି ରାଧା କୃଷ୍ଣ। ଘଣ୍ଟ, ଘଣ୍ଟା, ଧ୍ୱନିରେ ପ୍ରକମ୍ପିତ ହେଉଥାଏ ସମଗ୍ର ଅଞ୍ଚଳ। ଆନନ୍ଦ ଉଲ୍ଲାସ ସହ ଠାକୁରଙ୍କୁ ପାଛୋଟି ଆଣୁଥାନ୍ତି ଶ୍ରଦ୍ଧାଳୁ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦୟପୁର ସ୍ଥିତ ରାଧାକୃଷ୍ଣ ମେଳଣ ପଡିଆରେ ରବିବାର ସନ୍ଧ୍ୟାରେ ଦୋଳ ମେଳଣ ପଡିଆକୁ କେନ୍ଦ୍ରାପଟି, ପାପିରା, ବନ୍ତିଲୋ, ମୁଦୁଗଲ, ଉଦୟପୁର ସରିପୁର, ସିଦ୍ଧିପୁର, ରାଇବେରୁଆଁ ସମେତ ବିଭିନ୍ନ ସ୍ଥାନରୁ ପାଖାପାଖି ୧୮ଟି ଦୋଳ ଏକତ୍ରିତ ହୋଇଥିଲା।ସେହିପରି ଅସ୍ତରଙ୍ଗ ପଂଚାୟତ ଜାଗୁଳାଇ ପଡିଆରେ ବାଲିଆପଟା, ଝାଡ଼ଲିଙ୍ଗ, ବେଗୁନିଆବସ୍ତ, ଅସ୍ତରଙ୍ଗ, ବରାଙ୍ଗ, କରଞ୍ଜପୁର ଅଞ୍ଚଳ ଦୋଳ ଏକତ୍ରିତ ହୋଇଥିଲା। ବିମାନରେ ରାଧାକୃଷ୍ଣ ଙ୍କ ଯୁଗଳ ପ୍ରତିମାକୁ ସୁସଜ୍ଜିତ ବିମାନରେ ଭକ୍ତ ମାନେ ବାଜା, ବାଣ ରୋଷଣୀ ସହ ମେଲଣ ପଡିଆକୁ ଆଣିଥିଲେ। ଉଦୟପୁର ମେଳଣ ପଡିଆ ଓ ଅସ୍ତରଙ୍ଗ ଜାଗୁଳାଇ ପଡିଆରୁ ପୁରୋହିତ ଙ୍କ ବେଦ ମନ୍ତ୍ର ମାଧ୍ୟ୍ୟମରେ ଠାକୁର ଙ୍କୁ ନିମନ୍ତ୍ରଣ କରିଥିଲେ। ପାରମ୍ପରିକ ବାଦ୍ୟ ଓ ଲଉଡ଼ି ଖେଳ ସହ ଶ୍ରୀଜିଉକୁ ଆଣିବା ସମୟରେ ଶ୍ରଦ୍ଧାଳୁଙ୍କ ଆବେଗ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲା। ରାତିରେ ଠାକୁର ଙ୍କ ନିକଟରେ ଭୋଗ ଲାଗି ପରେ ଆକର୍ଷଣୀୟ ବାଦ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ମନ୍ଦିରରେ ଠାକୁର ଙ୍କ ବିଶେଷ ନୀତିକାନ୍ତି କରାଯାଇ ସିଂହାସନ ବିଜେ କରାଯାଇଥିଲା। ଅସ୍ତରଙ୍ଗ ଦୋଳ ମେଳଣ ରେ ସମାଜସେବୀ ତଥା ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ବଜାର କମିଟି ସଭାପତି ଦୁଷ୍ମନ୍ତ କୁମାର ପରିଡା, ସରପଞ୍ଚ ରାମଚନ୍ଦ୍ର କାଣ୍ଡି, କେଳୁ ଓଝା ସମେତ ବିଭିନ୍ନ ଗ୍ରାମର ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ଅସ୍ତରଙ୍ଗ ମୁଖ୍ୟ ବଜାର ପରିକ୍ରମା କରିଥିଲେ।ମେଳଣକୁ ସୁରୁଖୁରୁ ରେ ସାରିବା ପାଇ ମେଳଣ କମିଟି ଓ ସ୍ଥାନିୟ ପୋଲିସ ପକ୍ଷରୁବ୍ୟାପକ ବ୍ୟବସ୍ତା କରାଯାଇଥିଲା।


