ଅସ୍ତରଙ୍ଗରେ ମାତିଛନ୍ତି ମାଟି ମାଫିଆ : ପୁଲିସ, ଆରଆଇ ସବୁ ଜାଣି ନିରବଦ୍ରଷ୍ଟା

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଂଚଳରେ ଆଖି ବୁଝା ଲଘୁ ଖଣିଜ ସମ୍ପଦ ଲୁଟ ହେଉଛି। ମାଟି ହେଉ କି ବାଲି କିଛି ବି ଛାଡୁନାହାନ୍ତି ମାଫିଆ ଗଲା ଚାରି ମାସ ଭିତରେ ମାଫିଆ ମାନେ ଲକ୍ଷାଧିକ ଟଙ୍କାର ମାଟି ଓ ବାଲି ଲୁଟି ସାରିଲେଣି। ସରକାରୀ ଜମି, ଗୋଚର, ନୟନ ଜୋରିକୁ ଏମିତି କି ସ୍ମଶାନ କୁ ଖୋଳିବାକୁ ମଧ୍ୟ ମାଟି ମାଫିଆ ପଛାଉ ନାହାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଂଚଳରେ ବସବାସ କରୁଥିବା ତଥା ନିଜକୁ ଶାସକ ଦଳର କରିତି କର୍ମା କହି ଅବା ବିରୋଧୀ ଦଳର ପୁରୁଖା ରାଜନେତା କହି ଦିନରାତି ମାଟି ଚୋରା ଚାଲାଣ କରୁଛନ୍ତି, ଅଥଚ ସବୁ ଜାଣି ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଖଣି ବିଭାଗ ଚୁପ ବସିବା ସାଧାରଣ ସନ୍ଦେହ ସୃଷ୍ଟି କରିଛି।ଅନ୍ୟ ପଟେ କିଛି ଜେସିବି ଓ ଟ୍ରାକ୍ଟର ମାଲିକ ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ କିଛି ଅସାଧୁ ପୁଲିସ କର୍ମଚାରୀ ଙ୍କୁ ଭିତିରି ବୁଝାମଣା କରି ଖୁଲମ ଖୁଲ୍ଲା ମାଟି ଚାଲାଣ କରୁଛନ୍ତି।ରାଜନେତା ଙ୍କ ଚେପାରେ ବିଭାଗୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେବ ଅସ୍ତରଙ୍ଗ ତହସିଲ ଅଧୀନ ନଗର, ଆଳସାହି,ବରାଙ୍ଗ,ଆଳଙ୍ଗପୁର ନଈଗୁଆଁ, ତାଳଦା, ନୂଆଗଡ, ଅସ୍ତରଙ୍ଗ, ମୁଦୁଗଲ, ପାଟଳଦା, କେନ୍ଦ୍ରାପଟି, ଶିଶୁଅ ସମେତ ଅସ୍ତରଙ୍ଗ ସୂର୍ଯ୍ୟ ପଡିଆ ସମେତ ବିଭିନ୍ନ ସ୍ଥାନରେ ବେଧଡକ ମାଟି ଚୋରା ଚାଲାଣ ହେଉଛି ତାହା ପୁଣି ବିନା କାଗଜ ପତ୍ର ଥିବା ଟ୍ରାକ୍ଟରରେ। ମାଫିଆ ମାନେ ରାତିରାତି ଜେସିବି ଓ କିଛି ମୁନାଫା ଖୋର ଟ୍ରାକ୍ଟର ଚାଳକ ଙ୍କୁ ଧରି ରାତି ତମାମ ଶହ ଶହ ଟ୍ରିପ ମାଟି ଚାଲାଣ କରୁଛନ୍ତି। ମାଟି ଲୁଟେରା ଙ୍କ ପକେଟ କୁ ଦୈନିକ ଲକ୍ଷାଧିକ ଟଙ୍କା ଲାଭାଁସ ଯାଉଛି ବୋଲି ଚର୍ଚ୍ଚା ହେଉଛି।ବେସରକାରୀ ଆକଳନ ମୁତାବକ ଗଲା ଚାରି ମାସମଧ୍ୟରେ ପାଖାପାଖି ୫୦ଲକ୍ଷ ରୁ ଅଧିକ ଟଙ୍କାର ମାଟି ବିକ୍ରି ସରିଲାଣି। ସରକାରୀ ଜମି, ଗୋଚର, ପାଟନାଳୀ ଓ ନୟନଜୋରି କୁ ବି ଛାଡୁ ନାହାନ୍ତି।ଖରାଦିନ କାରଣରୁ ଏ ସବୁ ଶୁଖିଲା ପଡିଥିବାରୁ ମାଫିଆ ମାନେ ଏହାର ସୁଯୋଗରେ ମାଟି ନେଉଛନ୍ତି। ଏପରିକି ବେସରକାରୀ ଜମିରୁ ମାଟି ଉଠି ଯାଉଛି। ଯେଉଁ ଜମି ମାଲିକ ସ୍ଥାନୀୟ ଅଂଚଳରେ ରହୁ ନାହାନ୍ତି, ସେମାନଙ୍କ ଜମିକୁ ଟାର୍ଗେଟ କରାଯାଇ ରାତି ସମୟରେ ଗହୀର ମଝିରୁ ମାଟି ଉଠାଇ ନିଆଯାଉଛି। ସବୁଠୁ ବଡ଼ କଥା ହେଉଛି ପ୍ରଶାସନର ପ୍ରୋତ୍ସାହନରେ ଏ ସବୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିବାରୁ ସ୍ଥାନୀୟ ଲୋକ ଏହାର ବିରୋଧ କିମ୍ବା ଅଭିଯୋଗ କରିବାକୁ ସାହସ କରି ପାରୁନାହାନ୍ତି। ଅନ୍ୟ ପକ୍ଷରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି )କଡା ନିର୍ଦ୍ଧେଶ ରହିଛି ଯେ ଆବଶ୍ୟକୀୟ ବୈଧନିକ ଅନୁମତି ବିନା ଏ ସବୁ ଅଂଚଳରୁ ମାଟି ବାଲି ଖୋଳା ଯାଇପାରିବନି କିମ୍ବା ଚାଲାଣ ହେବନି। ଗୋଟିଏ ପଟେ ସରକାର ଲୁଟ ଯୋଗୁଁ ଶହ ଶହ କୋଟି ଟଙ୍କାର ରାଜ୍ଵଶ ହରାଉଥିବା ବେଳେ ଅନ୍ୟ ପଟେ ମାଫିଆ ମାନେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଈ ବାଲି, ମାଟି ଲୁଟି ମାଲେମାଲ ହେଉଛନ୍ତି। ହେଲେ ଲୋକଙ୍କ ସରକାର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନ ନେବା ପରୋକ୍ଷରେ ମାଫିଆଙ୍କୁ ପ୍ରୋତ୍ସାହିତ କରୁନାହିଁ କି ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ