ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଦଳରେ ପଦ୍ମିନୀ ଭାରତୀୟ ଦଳରେ ମନୋନୀତ

ବାଲେଶ୍ବର(ସରୋଜ ପଣ୍ଡା): ଆନ୍ତର୍ଜାତୀୟ ଦୃଷ୍ଟିବାଧିତ ମହିଳା ଫୁଟବଲ ଚାମ୍ପିୟନସିପ୍ ରେ ଭାଗ ନେବା ପାଇଁ ଜାତୀୟ ଦଳର ଖେଳାଳି ମନୋନୟନ ଫେବୃଆରୀ ୧୧ ରୁ ୧୩ ପର୍ଯ୍ୟନ୍ତ ମନୋନୟନ ଶିବିର ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀ ପଦ୍ମିନୀ ଟୁଡୁ ଓ ସୁମିତ୍ରା ସିଂ ଅଂଶ ଗ୍ରହଣ କରିଥିଲେ। ମନୋନୟନ ବୋର୍ଡ, ଭାରତୀୟ ଦଳରେ ପଦ୍ମିନୀ ଟୁଡୁ କୁ ଓଡିଶା ରୁ ଏକମାତ୍ର ପ୍ରାର୍ଥୀନୀ ଭାବରେ ଚୟନ କରିଥିବାରୁ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟାବଂଶୀ ସୁରଜ କଁ ବାସଭବନରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପଦ୍ମିନୀ ଏକ ଧାରାରେ ଜଣେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟର ସହିତ ଜାତୀୟ ମହିଳା ଦୃଷ୍ଟିବାଧିତ ଫୁଟବଲ ଖେଳାଳି ଭାବରେ ଭାରତୀୟ ଦଳରେ ଏକମାତ୍ର ଓଡିଶା ର ଝିଅ ଭାବରେ ସ୍ଥାନ ପାଇଥିବାରୁ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅଣିଥିବାରୁ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିବାକର ସ ଆଗାମୀ ଏପ୍ରିଲ ରେ ଜାପାନ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫୁଟବଲ ଚମ୍ପିୟନସିପ ରେ ଭାରତ ର ବିଜୟ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ