ଝାଡୁଦାର ଓ ରାତ୍ରୀ ଜଗୁଆଳି ନିଯୁକ୍ତିକୁ ନେଇ ବିଦ୍ୟାଳୟ ଘେରିଲେ ଗ୍ରାମବାସୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବିଷ୍ଣୁପୁର ଗ୍ରାମରେ ଥିବା ଅନନ୍ତ ବାସୁଦେବ ସଂସ୍କୃତ ବିଦ୍ୟାପୀଠରେ ଝାଡୁଦାର ଓ ରାତ୍ରୀ ଜଗୁଆଳି ନିଯୁକ୍ତିକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ମିଶନ ଶକ୍ତି ମାଧ୍ୟମରେ ଏହି ଦୁଇଟି ପଦବୀ ପାଇଁ ଆବେଦନ କରିବାକୁ ଥିବାବେଳେ ଏନେଇ ଗ୍ରାମବାସୀଙ୍କୁ କୌଣସି ସୂଚନା ଦିଆ ଯାଇ ନଥିବାରୁ ଗ୍ରାମବାସୀ ମାନେ ବିଦ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛନ୍ତି। ବିଶେଷ କରି ଗ୍ରାମରେ ଏଥିପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଥିଲେ ବି ବାହାର ଗ୍ରାମର ଲୋକଙ୍କୁ ନିଯୁକ୍ତି ଦିଆ ଯାଉଥିବା ଶୁଣିବା ପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମରବାର ସେଠୀ, ପରେଶ ସାହୁ, ଭ୍ରମକ୍ୱାରବାର ସେଠୀ, ବିଭୂଷଣ ଯେନା, ଭାଗିରଥି ଯେନା, ଗିରିଶ ସ୍ୱାଇଁ, ଶରତ ବେହେରା, ଲଷ୍ମୀଧର ଯେନା, ମାମିନା ସେଠୀ, ଗୀତାରାଣୀ ସାହୁ, ଲୋଚନ ସାହୁ, ରମେଶ ବେହେରା, ରମେଶ ସାହୁ, ବ୍ରହ୍ମାନନ୍ଦ ଯେନା, ବିଜୟ ସାହୁ, ସୁଦାମ ଚରଣ ସେଠୀ, ପଦ୍ମନାଭ ସ୍ୱାଇଁ, ମାମିନା ସ୍ୱାଇଁଙ୍କ ସମେତ ଅନେଜ ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛନ୍ତି। ଏନେଇ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଗ୍ରାମବାସୀ ମାନେ କହିଛନ୍ତି।


