ଦୁଇବର୍ଷ ପରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଲା: ଆଶ୍ବସ୍ତି ଗ୍ରାମବାସୀ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ଗୋଟିଏ ଶିଶୁ ପଢିବା ପାଇଁ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ସରକାର ନିର୍ମାଣ କେଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ  ସତ!ଏମିତି ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ଏହି ବ୍ଲକରେ କେଉଁଠି ଅଙ୍ଗନବାଡି କେନ୍ଦ୍ର ନଥିବାରୁ କାହାର ପିଣ୍ଡାରେ ବସି ଶିଶୁର ଭବିଷ୍ୟତ ଗଠନ କରା ଯାଉଥିବା ନଜୀର ରହିଛି। କିନ୍ତୁ ଏହି ବ୍ଲକର ସିଙ୍ଗାରି ପଞ୍ଚାୟତର ନରଙ୍ଗିତୋଳା ଗ୍ରାମରେ କେବଳ ଜଣେ ଶିଶୁ ରହିଥିବାବେଳେ ଉକ୍ତ ଶିଶୁକୁ ପଢାଇବା ପାଇଁ ଗତ ଦୁଇ ବର୍ଷ ପୂର୍ବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ପରୀତାପର ବିଷୟ କାମ ସରି ୨ ବର୍ଷ ବିତିଯାଇଥିଲେ ମଧ୍ୟ ଖୋଲୁ ନାଥିଲା। ଗ୍ରାମବାସୀ ଓ ସିଡିପିଓ ମମତାରନି ଦଶଙ୍କ ହସ୍ତକ୍ଷେପ ପରେ ଆଜି କାର୍ଯ୍ୟକ୍ଷମ ହୋଇଛି ।ଉକ୍ତ କେନ୍ଦ୍ର ଉପରେ ନିୟମଗିରି ପାହାଡ଼ରେ ଥିବା ଏକକିମି ଦୂରରେ ଥିବା ଟେଗିଙ୍ଗ ଭିଲେଜ ତେନ୍ତୁଳିପଦର ଗ୍ରାମର କିଛି ଶୁଶୁଙ୍କ ନାମ ରହିଥିଲେ ମଧ୍ୟ ଜଙ୍ଗଲିଆ ରାସ୍ତା ଓ ପ୍ରାଏ ଦୂରରେ ଥିବାରୁ  ନାରିଙ୍ଗିଡୋଳା କେନ୍ଦ୍ରକୁ ଆସୁନାହାନ୍ତି। କିନ୍ତୁ ଉକ୍ତ ଶିଶୁ, ଗର୍ଭବତୀ ଓ କିଶୋରୀ ବାଳିକାମାନେ ନିର୍ଭର କରନ୍ତିଏହି ନରଙ୍ଗିତୋଳା କେନ୍ଦ୍ର ଉପରେ । କେନ୍ଦ୍ର ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କାର୍ଯକ୍ଷମ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିବାକୁ ବସିଲାଣି। କିନ୍ତୁ ଏହି କେନ୍ଦ୍ରରେ ଶିଶୁଙ୍କ ପାଇଁ ଶୌଚାଳୟ ଖଣ୍ଡିକ ନଥିବାରୁ ପିଲାମାନେ ବାହାରକୁ ଯିବାକୁ ପଡିବ ବୋଲି ଅଭିଭାବକ ପ୍ରକାଶ କାଟିଛନ୍ତି। ୯ ଲକ୍ଷ ଟଙ୍କାରୁ ଅଧିକ କୋଠାରେ କିଭଳି ଭାବେ ଶୌଚାଳୟ ନିର୍ମାଣ ହୋଇନି ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।ଶିଶୁଙ୍କ ଶିକ୍ଷା,ବୌଦ୍ଧିକ ବିକାଶ, କ୍ରୀଡାର ଉନ୍ନତି , ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ, ଶିଶୁଙ୍କ ଓଜନ କରିବା ସହ ଭିଏଚଏନଣ୍ଡି,ସ୍ଵାସ୍ଥ୍ୟ ସେବାରେ ଯୋଗାଇ ଦେବା ବ୍ୟବସ୍ତା ରହିଛି । ଗର୍ଭବତୀ ଓ ଶିଶୁଙ୍କୁ ସେବା କରିବା ସହ ଛତୁଆ, ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହ ପ୍ରାକଶିକ୍ଷା ନେଉଥିବା ଶିଶୁଙ୍କୁ ରୋଷେଇ ଖାଦ୍ୟ ଯୋଗାଇଦେବା ନିୟମ ରହିଛି ।କିନ୍ତୁ ନାରିଙ୍ଗିତୋଳା ଗ୍ରାମର ଜଣେ ଶିଶୁକୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ତେନ୍ତୁଳି ପଦର ଗ୍ରାମର 6ଜଣ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣା ପଡିଛି।ତେନ୍ତୁଳି ପଦର ଗ୍ରାମର ଶିଶୁ ଶିକ୍ଷାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ନିକଟରେ  ବୁଡୁଣୀ ଗ୍ରାମ ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ଏକ ପୁରୁଣା ବିଦ୍ୟାଳୟ କୋଠାରେ ଚାଲୁଥିବା ବେଳେ ପକା ଘରଟିଏ ନିର୍ମାଣ ହୋଇ ପାରୁନି।  କୁଆଡେ ଠିକାବାରଙ୍କୁ ସମ୍ପୂର୍ଣ୍ଣ ବିଲ ଦିଆଯାଇନ ବାରୁ ସେ ହସ୍ତାନ୍ତର କରିନାହାନ୍ତି । ଗ୍ରାମବାସୀ ଓ ସିଡିପିଓ ଶ୍ରୀମତୀ ଦାଶଙ୍କ ପ୍ରଚେଷ୍ଟାରେ ଆଜି କେନ୍ଦ୍ର ଖୋଲା ଯାଇଥିଲା। ଜଣେ ଶିଶୁ ସମତେ ଗ୍ରାମର ଆଉ ତିନି ଜଣ ପିଲାଙ୍କୁ ଶିକ୍ଷା ଦାନ ଓ ଖାଦ୍ୟ ପ୍ରଦାନ କରାଯାଇଛି ବୋଲି ସିଡିପିଓ ଦାଶ ପ୍ରକାଶ କରିଛନ୍ତି।କିନ୍ତୁ ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାରଙ୍କୁ କିପରି ସରକାରଙ୍କ ତରଫରୁ ଟଙ୍କା ଦିଆଯିବ ଓ ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳ ବାସି ମତପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ସିଡିପିଓ ମମତାରାଣୀ ଦାସଙ୍କୁ ପଚାରିବାରୁ ଆଜି ବିଭଗୀୟ ଅଧିକାରୀ ଆସି ତାଲା ଖୋଳି ହସ୍ତାନ୍ତର କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ