’ୱାନ୍ ଇଣ୍ଡିଆ ରନ୍’ କନ୍ୟା କୁମାରୀଟୁ କାଶ୍ମୀର ଦୌଡ଼
ଛତ୍ରପୁର, (ଓ୍ବାଇଏନଏସ) ୱାନ୍ ଇଣ୍ଡିଆ ରନ୍’ହେଉଛି ଜଣେ ୨୩ ବର୍ଷୀୟ ଭାରତୀୟ-ଅଷ୍ଟ୍ରେଲିୟ ଫିଜୋଥେରାପି ଓମ୍ ସତିଜାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅସାଧାରଣ ଅଲ୍ଟ୍ରା-ମାରାଥନ୍ ଅଭିଯାନ। ଏହି ଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ସେବା ଏବଂ ଶିକ୍ଷାର ପ୍ରସାର। କନ୍ୟାକୁମାରୀ ରୁ କାଶ୍ମୀର: ଓମ୍ ସତିଜା ୨୬ ଜାନୁଆରୀ ୨୦୨୬ (ଗଣତନ୍ତ୍ର ଦିବସ) ରୁ କନ୍ୟାକୁମାରୀରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ୫ ମେ କାଶ୍ମୀର ରେ ଶେଷ ହେବ | ୧୦୦ ଦିନ ମଧ୍ୟରେ ୫,୦୦୦ କିଲୋମିଟର ଦୂରତା ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି। ଦୈନିକ ୫୦ କିମି ସେ ଦୌଡୁ ଛନ୍ତି | ବିଶେଷ କଥା ହେଉଛି, ସେ ଭାରତର ପୂର୍ବ ଉପକୂଳ ଦେଇ ଏହି ଦୌଡ଼ ଜାରି ରଖିଛନ୍ତି।ଏହି ରନ୍ ମାଧ୍ୟମରେ ସେ ଯାହା ପାଣ୍ଠି ସଂଗ୍ରହ କରିବେ ଅସହାୟ ଶିଶୁଙ୍କ ଶିକ୍ଷା ଓ କ୍ରୀଡ଼ା ପ୍ରଶିକ୍ଷଣରେ ସାହାଯ୍ୟ କରାଯାଇପାରିବ। ଏହାସହ କୁଷ୍ଠ ରୋଗୀଙ୍କ ପାଇଁ ସହାୟତା: ସଂଗୃହିତ ଅର୍ଥର ଏକ ବଡ଼ ଅଂଶ କଲିକତାର ‘ଉଦୟନ’ ଏନଜିଓକୁ ଦିଆଯିବ, ଯାହା କୁଷ୍ଠ ରୋଗ ପ୍ରଭାବିତ ପରିବାରର ପିଲାମାନଙ୍କୁ ରହିବା ଓ ପଢିବା ପାଇଁ ସୁବିଧା ଯୋଗାଇଥାଏ। ଓମ୍ଙ୍କ କହିବା ଅନୁଯାୟୀ, ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ ସେବା ମନୋଭାବ ଜାଗ୍ରତ କରିବା । ଏହି ଅବସରରେ ଓମ ଛତ୍ରପୁର ରେ ଆଜି ପହଂଚିବା ପରେ ଗୋପାଳପୁର ସ୍ଥିତ ଆଦାନୀ ପକ୍ଷରୁ ତାଙ୍କୁ ସମର୍ଦ୍ଧିତ କରାଯାଇଥିଲା | ପରେ ତାଙ୍କ ଯାତ୍ରା ପୁଣି ଆରମ୍ଭ କରିଥିଲେ |


