ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ପୋର୍ଟ ମଜ଼ଦୁର ସଂଘ

ଛତ୍ରପୁର, (ଓ୍ବାଇଏନଏସ): ଗୋପାଳପୋର୍ଟରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ପୋର୍ଟ କର୍ତ୍ତୃପକ୍ଷଙ୍କ ସହିତ ଏକ ସୌଜନ୍ୟ ସାକ୍ଷାତ କରି ସମାଧାନ ଲାଗି    ପୋର୍ଟ ମଜ଼ଦୁର ସଂଘ, ଗୋପାଳପୁର ର କର୍ମକର୍ତା ମାନେଆଲୋଚନା  କରିଛନ୍ତି l   ଏହି ସାକ୍ଷାତ କାର୍ଯ୍ୟକ୍ରମରେ ସଭାପତି ଅର୍ଜୁନ ବେହେରା, କାର୍ଯ୍ୟକାରୀ ସଭାପତି  ଜି. ଜଗନ୍ନାଥ, ଉପ -ସଭାପତି ସିଏଚ.ଆର୍ରେୟା ଓ ଏନ. ଦୀନବନ୍ଧୁ,,ସାଧାରଣ ସମ୍ପାଦକ ଜି. ଦାଲେୟ, ସମ୍ପାଦକ ଏ.କରଲେୟl,କାର୍ଯ୍ୟକାରୀ ସଦସ୍ୟ ବି ପୁଷ୍ପମା,ଏନ.ନାଲୁଡୁ,ୟୁ ଦିଲେମା, ଡବ୍ଲୁ . କରଲେମା, ଜି ଅପ୍ପନା, ଓ ତ୍ରିନାଥ  ଉପସ୍ଥିତ ରହିଥିଲେ l  ଏହି ୟୁନିୟନ ସରକାରଙ୍କ ଦ୍ୱାରା ପଞ୍ଜିକୃତ  ଏବଂ ଭାରତୀୟ ମଜ଼ଦୁର ସଂଘ  ସହିତ ସହବନ୍ଧିତ ଅଟେ l  ଗତ ୨୦୨୫ ମଇ ମାସ ଠାରୁ ଗଠନ ହୋଇ ବିଭିନ୍ନ ସମୟରେ  ବିଭିନ୍ନ ଶ୍ରମିକ ସମସ୍ୟା ଗୁଡିକୁ ଲିଖିତ ଦାବୀ ଭାବରେ ଉପସ୍ଥାପନା କରିଛନ୍ତି  ବୋଲି ସଭାପତି ଶ୍ରୀ ବେହେରା ଏକ ପ୍ରେସ ରିଲିଜ ଦ୍ୱାରା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ