ଚାରି ବାଲି ବୋଝେଇ ହାଇୱା ଜବତ
ହାଟଡିହି, (ଓ୍ବାଇଏନଏସ):- ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ କରାଯାଉ ଥିବା ନେଇ ବାରମ୍ବାର ଅଭିଯୋଗ ପରେ ତତ୍ପର ହୋଇଛି ଖଣି ବିଭାଗ ଓ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଖଣି ବିଭାଗ ଓ ପୋଲିସ ପକ୍ଷରୁ ଅଣା – ସମଣା ରାସ୍ତାରେ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରାଯାଇଛି। ଜବଦ ଗାଡି ଗୁଡିକୁ ନନ୍ଦିପଦା ଥାନା ପୁଲିସ ର ଜିମା ଦିଆ ଯାଇଛି। ହାଟଡିହି ତହସିଲ ଅଞ୍ଚଳର ବିଭିନ୍ନ ଘାଟରୁ ବାଲି ଉଠୁଥିବା ବେଳେ ଗାଡି ଗୁଡିକ ବାହାର ଜିଲ୍ଲାର ଟି.ପି ବ୍ୟବହାର କରି ଖଣି ବିଭାଗ ଓ ପୋଲିସ କୁ ଚକମା ଦେଖାଉଛନ୍ତି। ଗତ ତିନିଦିନ ଭିତରେ ମୋଟ ୭ଟି ହାଇୱା ଜବତ କରା ଯାଇଥିବା ସୂଚନା ମିଳିଛି।


