ଖୋଜା ପଡ଼ିଲାଣି କାଠ ଚୁଲା: ଅସ୍ତରଙ୍ଗରୁ ଗ୍ୟାସ ଉଭାନ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ମଧ୍ୟପ୍ରାଚୀ ଦେଶରେ ଲାଗିରହିଥିବା ଯୁଦ୍ଧର ତାଣ୍ଡବଲୀଳା ଏବେ ଓଡିଶାର ରୋଷେଇ ଶାଳକୁ ଧୀରେ ଧୀରେ ଶୀତଳ କରିବାରେ ଲାଗିଛି। ଯୁଦ୍ଧର ପ୍ରଭାବ କେବଳ ପେଟ୍ରୋଲ କିମ୍ବା ଡିଜେଲରେ ସୀମିତ ନୁହେଁ ବରଂ ଏହା ସାଧାରଣ ଖାଉଟିର ଅତି ଜରୁରୀ ରନ୍ଧନ ଗ୍ୟାସ ଉପରେ ଏକ ବଡ଼ ଧରଣର ଆଘାତରେ ଦେଇଛି। ସରକାରୀ କଟକଣା ଓ ବଜାରରେ ଗ୍ୟାସର ଅଭାବ ଏବେ ଗୃହିଣୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିଦ ହଜାଇ ଦେଇଛି। ସରକାର ଙ୍କ ପକ୍ଷରୁ ଜାରୀ କରାଯାଇଥିବା ନୂଆ ନିର୍ଦ୍ଧେଶାବଳୀ ଅନୁଯାୟୀ ଜଣେ ଖାଉଟି ଏବେ ୨୫ଦିନରେ ମାତ୍ର ଗୋଟିଏ ସିଲିଣ୍ଡର ବୁକିଂ କରିପାରିବେ। ଏହି ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଆଗକୁ ସଙ୍କଟ ଆହୁରି ଗଭୀର ହେବା ଆଶଙ୍କାରେ ଲୋକେ ଗୋଟିଏ ପରିବର୍ତ୍ତେ ଦୁଇଟି ଲେଖାଏଁ ଗ୍ୟାସ ସିଲିଣ୍ଡର ମହଜୁଦ କରିବାକୁ ଧାଡି ଲଗାଇଛନ୍ତି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଥିବା ଚୋରା ଗ୍ୟାସ ବ୍ୟବସାୟୀ ଙ୍କ ଦୋକାନ ରେ ଗ୍ରାହକ ଙ୍କ ଲମ୍ବା ଲାଇନି ଦେଖିବାକୁ ମିଳୁଛି। ଯାହାକି କଳା ବଜାରୀ ରେ କିଣୁଛନ୍ତି।ବଜାର ରେ ଏହି ଅସ୍ଥିରତା ଧାଡି ଲଗାଇଛନ୍ତି। ଏହି ଅସ୍ଥିରତା ସୁଯୋଗ ନେଇ କଳା ବଜାରୀ ମାନେ ଅଧିକ ସକ୍ରିୟ ହୋଇପଡିଛନ୍ତି। ଅସ୍ତରଙ୍ଗ ବ୍ଲକ ଅଂଚଳର ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ଆଳସାହି, ନଈଗୁଆଁ, ପୋଟଳ ଛକ, କଣମଣ, ତାଳଦା, ସରିପୁର ଛକ ଅଂଚଳରେ ଅଭାବୀ ବିକ୍ରିର ଫାଇଦା ଉଠାଇ ବ୍ଲାକ ମାର୍କେଟରେ ଗୋଟିଏ ସିଲିଣ୍ଡର ପାଈଁ ୧୨ଶହ ରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଗରିବ ଓ ମଧ୍ୟବିତ୍ତ ପରିବାର ପାଈଁ ଏତେ ଅଧିକ ଦରରେ ଗ୍ୟାସ କିଣିବା ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏହି ସଙ୍କଟର ସବୁଠାରୁ ବଡ଼ ଶିକାର ହୋଇଛନ୍ତି ରାସ୍ତାର କଡ଼ର ଜଳଖିଆ ଦୋକାନ, ଚା “ଦୋକାନ ଓ ଛୋଟ ହୋଟେଲ ମାଲିକ। ଗ୍ୟାସ ସହଜରେ ମିଳୁନଥିବାରୁ ଅନେକ ଦୋକାନୀ ବ୍ୟବସାୟୀ ବନ୍ଦ କରିବା ସ୍ଥିତିକୁ ଆସିଗଲେଣି। ସେମାନଙ୍କ କହିବା କଥା ଯଦି ଜାଳେଣି ମିଳିବ ନାହିଁ, ତେବେ ପରିବାର ପୋଷିବୁ କେମିତି ? ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଈଁ ସରକାର ଜାଳେଣି କାଠ, କୋଇଲା ଏବଂ ଗୋବର ଘଷି ବ୍ୟବହାର ଉପରେ ଥିବା ପୂର୍ବ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। କିନ୍ତୁ ବାସ୍ତବତା ହେଉଛି ଗତ କିଛି ବର୍ଷ ଧରି ଗ୍ୟାସ ଉପରେ ନିର୍ଭରଶୀଳତା ଯୋଗୁଁ ଗାଁ ଗହଳି ରେ ଗୋ ପାଳନ କମିଯାଇଛି। ଫଳରେ ଗୋବର ଘଷି କିମ୍ବା ଶୁଖିଲା କାଠ ଏବେ ସହଜଲଭ୍ୟ ନୁହେଁ। ଏହା ଶହ ବଡ଼ ମିଷ୍ଟାନ ଭଣ୍ଡାର ଗୁଡିକ ଅଧିକ ଦାମ୍ ରେ କାଠ କିଣି ମିଷ୍ଟାନ ସାମଗ୍ରୀ ବିକ୍ରି କରୁଛନ୍ତି।ଅନ୍ତ୍ରଜାତୀୟ ଯୁଦ୍ଧର ପ୍ରଭାବ ଜଣେ ସାଧାରଣ ଭାରତୀୟ ଙ୍କ ଥାଳି କୁ ପ୍ରଭାବିତ କରିଛି। ଯଦି ଶୀଘ୍ର ଗ୍ୟାସ ଯୋଗାଣ ସ୍ୱାଭାବିକ ନ ହୁଏ ଏକ ବଡ଼ ଧରଣର ଜନ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ରହିଛି।


