ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ବାଲେଶ୍ଵର ବଙ୍ଗୀୟ ସମାଜ ବୈଠକ ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ଆଗାମୀ ଦିନରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ-୧ ନିକଟସ୍ଥ ବାଲେଶ୍ଵର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବଙ୍ଗୀୟ ସମାଜ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ବର୍ଷ ଧରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ତୃଣମୂଳ କଂଗ୍ରେସ ସରକାର ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲିକତାର ବ୍ରିଗେଡ୍ ମଇଦାନରୁ ସମ୍ଭାଷଣର ସିଧା ପ୍ରସାରଣ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଭାସି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀନିବାସ ପ୍ରଧାନ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକ ପାତ କରିଥିଲେ ୨୦୨୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ କାର୍ଯ୍ୟରେ ବିମୋହିତ ହୋଇ ସମଗ୍ର ଓଡ଼ିଶାରେ ବିଜେପି ସରକାର୍ ଯେପରି ଆସିଲା ଠିକ୍ ସେହିପରି ପଶ୍ଚିମବଙ୍ଗରେ ଆଗାମୀ ଦିନରେ ବିଜେପି ସରକାର୍ ହେବାକୁ ଯାଉଛି ବୋଲି ସଭାପତି ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହସଂଯୋଜକ ରାଜେନ୍ଦ୍ର ଚାଟାର୍ଜୀ ଓ ମମତା ମହାପାତ୍ର, ରାଜ୍ୟ ସହସଂଯୋଜକ ଆଶିଷ ଘୋଷ, ପ୍ରବାଳ ସିନ୍ହା, ଯୁବନେତା ଶିବ ଶଙ୍କର ରାୟ, ସୁଶାନ୍ତ ବେରା, ଜୟନ୍ତ ଜେନା, ବିକାଶ ପାଢ଼ୀ ପ୍ରମୁଖଙ୍କ ସହିତ ଶତାଧିକ ବଙ୍ଗୀୟ ସମାଜର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ