ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

ବାଲେଶ୍ୱର,(ସରୋଜ ପଣ୍ଡା): ଜିଲ୍ଲାବାସୀଙ୍କୁ ଉନ୍ନତ ସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସମସ୍ତ ଆବେଦନ ନିବେଦନ ବ୍ୟର୍ଥ ହେବା ପରେ ଗଣତାନ୍ତ୍ରିକ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମିଳନୀରେ ମତପ୍ରକାଶ ପାଇଛି। ଶନିବାର ଦିନ ୯ଟାରେ ଏକ ମୋଟର ସାଇକେଲ୍ ଶୋଭାଯାତ୍ରା ରେମୁଣା ହସପିଟାଲ ସମ୍ମୁଖରୁ ବାହାରି ବାଲେଶ୍ୱର ସହର ପରିକ୍ରମା କରିବାପରେ ବାଲେଶ୍ୱର ଷ୍ଟେସନ କ୍ଲବ ସଭାଗୃହରେ ପହଞିଥିଲା। ସେଠାରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ପ୍ରଦୀପ ଦାସ ୧୮ଦଫା ଦାବି ଓ ଦାବି ପୂରଣ ପାଇଁ ସପ୍ତାହବ୍ୟାପୀ ଗଣଧାରଣା, ଏବଂ ବାଲେଶ୍ୱରର ବହୁ ସାମାଜିକ ଓ ଗଣ ସଂଗଠନମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ବାଲେଶ୍ୱର ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବା ଉନ୍ନତି ପରିବର୍ତ୍ତେ ଦିନକୁ ଦିନ ଅବନତି ହୋଇଚାଲିଛି। ତେଣୁ ଆଗାମୀ ଦିନର କାର୍ଯ୍ୟପନ୍ଥାର ନିଷ୍ପତ୍ତି ପାଇଁ ଏହି ବୈଠକ ଆହ୍ୱାନ କରାଯାଇଥିବାର ଶ୍ରୀ ଦାସ କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି କମଲ ଚକ୍ରବର୍ତ୍ତୀ, ଡ. ଅଜିତ୍ ମହାନ୍ତି, କୁମୁଦ ରଂଜନ ଗିରି, ଡ. କେଶବ ଚରଣ ପଣ୍ଡା, ଉମାକାନ୍ତ ଦାସ, ଅନ୍ତର୍ଯ୍ୟାମୀ ପ୍ରଧାନ, ତରୁଣ ଦାସ, କହ୍ନେଇ ବେହେରା, ବିଧାନ ରାୟ, ତୁଷାର ମହାପାତ୍ର, ଦାମୋଦର ନାୟକ, ଭାରତୀ ପଣ୍ଡା, ଷ୍ଟାଲିନ୍ ମିଶ୍ର, ମହେଶ୍ୱର ବେହେରା, ଗୋବିନ୍ଦ ଚନ୍ଦ୍ର ଭୋଇ, ଦୁଷ୍ମନ୍ତ ଦାସ, ଡ. କ୍ଷିତୀଶ୍ୱର ଦାଶ, ଦିଲ୍ଲୀପ ଗିରି, ଅଭୟ ମିଶ୍ର ଓ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଦୁରାବସ୍ଥାର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରି ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ପଦବୀ ପୂରଣ, ଏମ୍ସ ସାଟେଲାଇଟ୍ ସେଣ୍ଟ ଓ ରୋଗ, ସ୍ନାୟୁରୋଗର ବିଭାଗ ଖୋଲିବା, ଜାତୀୟ ରାଜପଥରୁ ମେଡିକାଲ୍ କଲେଜକୁ ପ୍ରସ୍ତାବିତ ସଂଯୋଗ ରାସ୍ତା ନିର୍ମାଣ ଓ ମେଡିକାଲ୍ କଲେଜର ପ୍ରିନ୍‌ସିପାଲ୍ ଓ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସରଙ୍କୁ ବଦଳି ପ୍ରଭୃତି ଦାବି ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ତେଣୁ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଗଣଧାରଣା, ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଗଣସାକ୍ଷାତକାର, ପଞ୍ଚାୟତସ୍ତରରୁ ସ୍ୱାସ୍ଥ୍ୟସେବା ସଂପର୍କରେ ସଚେତନତା ଓ ବାଲେଶ୍ୱର ବନ୍ଦ ଭଳି ବିିଭିନ୍ନ ଆନ୍ଦୋଳନର ପ୍ରସ୍ତାବ ଆଗତ କରାଯାଇଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ଲଗାତର ଆନ୍ଦୋଳନ ହିଁ ଦାବି ପୂରଣର ଏକମାତ୍ର ପଥ ବୋଲି ବହୁ ବକ୍ତା ନିଜର ମତ ପ୍ରକାଶ କରିଥିଲେ। ଜିଲ୍ଲା କର୍ମକର୍ତ୍ତାମାନଙ୍କ ଆସନ୍ତା ଶନିବାର ବୈଠକରେ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରି ସର୍ବଶେଷ ନିଷ୍ପତ୍ତି ନେବେ ବୋଲି ସଭାପତି ଶ୍ରୀ ପରିଡ଼ା ଘୋଷଣା କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଓ ମଞ୍ଚ ଆହ୍ୱାନ କରିଥିବାବେଳେ ପ୍ରମିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମସୁନ୍ଦର ଜେନା, ଯତୀନ୍ ପାତ୍ର, ସୁକୁମାର ରଣା, ଯୋଗେନ୍ଦ୍ର ମାହାର୍ଣ୍ଣା, ପ୍ରଫୁଲ୍ଲ ଦାସ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ