ଆସିକା ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ଗ୍ଳୁକୋମା ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଗ୍ଳୁକୋମା ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଗ୍ଳୁକୋମା ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଗ୍ଳୁକୋମା ଏକ ଲକ୍ଷଣବୀହିନ ନୀରବଘାତକ ରୋଗ ହୋଇଥିଲା ବେଳେ ଆଖି ଭିତରେ ଥିବା ତରଳ ପଦାର୍ଥ କୌଣସି କାରଣରୁ ପ୍ରବାହିତ ନହେଲେ ତାହା ସ୍ନାୟୁକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ଯାହା ଫଳରେ ରକ୍ତ ସଂଚାଳନରେ ବାଧାପ୍ରାପ୍ତ ହୋଇଥାଏ । ଏହା ଚକ୍ଷୁର ସ୍ନାୟୁକୁ ଶୁଷ୍କ କରିଦେବା ସାଙ୍ଗକୁ ମଣିଷକୁ ବିଭିନ୍ନ ସମୟରେ ଅନ୍ଧ ବି କରିଦେଇଥାଏ । ଗ୍ଳୁକୋମା ହେଉଛି ଅନ୍ଧତ୍ୱର ଏକ ପ୍ରମୁଖ କାରଣ । ଏହାର ଲକ୍ଷଣ ଉପୁଜିବା ପୂର୍ବରୁ କୌଣସି ସ୍ପଷ୍ଟ ସଂକେତ ମିଳିନଥାଏ । ତେଣୁ ଯେଉଁଥି ପାଇଁ ଏହାକୁ ଲୁକ୍କାୟିତ ରୋଗ ବି କୁହାଯାଇଥାଏ । ଏହାର ଚିକିତ୍ସା କେବଳ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ଏବଂ ନିୟମିତ ଚକ୍ଷୁ ପରୀକ୍ଷା ମାଧ୍ୟମରେ ସମ୍ଭବ ହୋଇଥାଏ । ୪୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ଯାହାଙ୍କର ପରିବାରରେ ବଂଶଗତ କଳା ମୋତିଆ ରୋଗର ଇତିହାସ ଅଛି କିମ୍ବା ମଧୁମେହ ରୋଗୀମାନେ ଏହି ରୋଗ ପାଇଁ ଅଧିକ ସତର୍କ ରହିବା ଉଚିତ୍‍ । ଆଖିର ଚାପର ନିୟମିତ ପରୀକ୍ଷା ଏବଂ ଚିକିତ୍ସା ଦ୍ୱାରା ଗ୍ଳୁକୋମା ରୋଗକୁ ରୋକାଯାଇପାରିବ । ତେଣୁ ଏଥିପାଇଁ ନିୟମିତ ବ୍ୟବଧାନରେ ଆଖିକୁ ପରୀକ୍ଷା କରିବାକୁ ପରାମର୍ଶ ଦେବା ସହ ଚକ୍ଷୁ ପରୀକ୍ଷା ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ ସକାଶେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶ୍ୱ ଗ୍ଳୁକୋମା ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ