ଆସିକା ଓକିଲ ସଂଘର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ଆଇନଜୀବୀ ପରିଷଦର ପରାମର୍ଶକ୍ରମେ ଆସିକା ଓକିଲ ସଂଘ ପକ୍ଷରୁ ୨୦୨୬-୨୭ ମସିହା ପାଇଁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପଦପଦବୀ ସକାଶେ ଶନିବାର ଚୁଡାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳୀଚରଣ ଦାଶ ପ୍ରକାଶ କରିଛନ୍ତି । ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ପଦବୀ ଲାଗି ଅଜିତ୍‍ କୁମାର ମୁନି, କୋଷାଧ୍ୟକ୍ଷ ପଦବୀ ଲାଗି ରାଘବ କୁମାର ନାହାକ, ଲାଇବ୍ରେରୀ ସଂପାଦକ ପଦବୀ ଲାଗି ସିମାଞ୍ଚଳ ସେଠୀ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଏକ ପ୍ରକାଶ ନିଶ୍ଚିତ ହୋଇଯାଇଥିବା ଜଣାପଡିଛି । ଆସନ୍ତା ୨୮ ତାରିଖରେ ଆସିକା ଓକିିଲ ସଂଘର ବିଭିନ୍ନ ପଦପଦବୀ ଲାଗି ନିର୍ବାଚିତ ପ୍ରତିନିଧି ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳୀଚରଣ ଦାଶ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦର ପରାମର୍ଶକ୍ରମେ ଆସିକା ଓକିଲ ସଂଘର ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଲାଇବ୍ରେରୀ ସଂପାଦକ ପଦବୀ ସକାଶେ ବିଜ୍ଞପ୍ତି ପ୍ରକାଶ, ନାମାଙ୍କନ ପତ୍ର ଦାଖଲ, କେଉଁ ପଦବୀରେ କିଏ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେହି ପ୍ରାର୍ଥୀଙ୍କ ନାମ, ନାମାଙ୍କନ ପତ୍ର ଯାଞ୍ଚ, ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତିଥି ଶେଷ ପରେ ଶନିବାର ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି । ଆସିକା ଓକିଲ ସଂଘର ସଭାପତି ପଦବୀ ଲାଗି ବରିଷ୍ଠ ଆଇନଜୀବୀ ପି.ରବିନ୍ଦ୍ର କୁମାର ପାତ୍ର, ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ବରିଷ୍ଠ ଆଇନଜୀବୀ ସରୋଜ କୁମାର ନାୟକ, ଉପସଭାପତି ପଦବୀ ଲାଗି ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ଜି.ସୂର୍ଯ୍ୟ ପ୍ରକାଶ ରାଓ, ବରିଷ୍ଠ ଆଇନଜୀବୀ ଭରତେନ୍ଦୁ ଭୂଷଣ ନାୟକ, ସଂପାଦକ ପଦବୀ ଲାଗି ବରିଷ୍ଠ ଆଇନଜୀବୀ ନାରାୟଣ ମୁନି, ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି । ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆସିକା ଓକିଲ ସଂଘର ୩ଟି ପଦବୀ ଲାଗି ନିର୍ବାଚନ ରଣାଙ୍ଗନରେ ୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲା ବେଳେ ପ୍ରାୟତଃ କଡ୍ଡା ଟକ୍କର ହେବ ବୋଲି ଆଲୋଚିତ ହେଉଛି । ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆସିକା ଓକିଲ ସଂଘ ନିର୍ବାଚନରେ ୧୬୪ ଜଣ ଆଇନଜୀବୀ ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳୀଚରଣ ଦାଶ ଓ ସହଯୋଗୀ ନିର୍ବାଚନ ଅଧିକାରୀ ଆଇନଜୀବୀ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଓକିଲ ସଂଘ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ନିର୍ବାଚନ ଅଧିକାରୀ କାଳୀଚରଣ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ