ଶିବପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିବପଦର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ରତ୍ନାଲୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ବିଶ୍ଵାଳ,ମୁଖ୍ୟବକ୍ତା ମୁନିଖୋଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର,ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ମହାନ୍ତି, ସିଆରସିସି ସୁବାସ ନାୟକ, ହତିପଦର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତପନ ବଳିୟାର ସିଂ,ସଭାପତି ଭାସ୍କର ସୁନାନୀ,ସୁରେନ୍ଦ୍ର ସୁନାନୀ,ଜିତେନ୍ଦ୍ର ସାହୁକାର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରିବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ରତ୍ନାଲୁ ଶିଶୁ ମାନଙ୍କ ପ୍ରତିଭାର ବିକାଶ ଓ ଦକ୍ଷତାକୁ ବିକଶିତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଏହି ବାର୍ଷିକ ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ବୋଲି ପ୍ରକାଶ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ ଭଲ ପଢିବା,ଗଢିବା, ଜାଣିବା,ଶ୍ରେଷ୍ଠ ହେବା ଏବଂ ମନ ଲଗାଇ ପାଠ ପଢିବା ସହ ଚରିତ୍ରବାନ ହେବା ଓ ସଦା ସର୍ବଦା ମାଆ ବାପାଙ୍କୁ, ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ମାନପତ୍ର,ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପାଠ ପଢା ସଚେତନ ଉପରେ ନୁର୍ତ୍ୟ ମାଧ୍ୟମରେ ପରିବେଷଣ କରିବା ସହ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ l


