କାକଟପୁର ବିଜୁ ଜନତା ଦଳ ତରଫରୁ ଇଫତାର ପାର୍ଟି
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ମୁସଲମାନ ଙ୍କ ସବୁଠାରୁ ପବିତ୍ର ଓ ଧାର୍ମିକ ମାସ ହେଉଛି ରମଜାନ। ଏହି ମାସରେ ମୁସଲମାନ ମାନେ ଦିନରେ ଉପବାସ କରି ସୂର୍ଯ୍ୟାସ୍ତ ପରେ ତାହା ଭଙ୍ଗ କରିଥାନ୍ତି। ସନ୍ଧ୍ୟା ସମୟରେ ସାମୁହିକ ଭାବରେ ଉପବାସ ଭଙ୍ଗ କରିବାକୁ ଇଫତାର ପାର୍ଟି କୁହାଯାଏ।ପୁରୀ ଜିଲ୍ଲା କାକଟପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ ଙ୍କ ସଭାପତିତ୍ବ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଜ୍ୟୋତିମୟୀ ଦଳାଇ, ହିମାଂଶୁ ଭୂଷଣ ଦୀକ୍ଷିତି, ଅସରଫ ଫୁଲ, ସମିତି ସଭ୍ୟ ରାଜ୍ୟ ସଂଖ୍ୟା ଲଘୁ ସମ୍ପ୍ରଦାୟ ସଭ୍ୟ ଗୋଲାମ ରସୁଲ, ସରଫରାଜ ଖାନ ସମେତ କାକଟପୁର ବ୍ଲକ ଅଧୀନ କଟକଣା, ଭଣ୍ଡାଘର, ରସୁଲପୁର, ମୂଳାଗଡ଼, ଫକୀରସାହି, ସୁହାଣପୁର ଅଂଚଳରେ ଶତାଧିକ ସଂଖ୍ୟାରେ ମୁସଲମାନ ଭାଇ ଓ ହିନ୍ଦୁ ଭାଇ ମାନେ ଏକତ୍ରିତ ବସି ଖାଦ୍ୟ, ପାନୀୟ ସେବନ କରିଥିଲେ। ଏହା ଦ୍ୱାରା ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥିଲା।ଦୀର୍ଘ ୨୫ବର୍ଷ ହେଲା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏହି ଭାଇଚାରା ପର୍ବ ପାଳିତ ହେଉଛି।


