ଏପ୍ରିଲ ୭ ରୁ ୧୧ ବନଦୁର୍ଗା ମହୋତ୍ସବ

ବଲାଙ୍ଗିର,(ଓ୍ବାଇଏନଏସ); ବଲାଙ୍ଗିର ଜିଲ୍ଲାର ଜିବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଦ ଦେଶରେ ଆସନ୍ତା ଏପ୍ରିଲ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନଦୁର୍ଗା ମହୋତ୍ସବ ଅନୁଷ୍ଠିତ ହେବ । ଗତ କାଲି ପ୍ରାକ୍ତନ ପାଟଣାରାଜ୍ୟର ଅଧିଷ୍ଟାତ୍ରୀ ଦେବୀ ମାଁ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ଦେବ ନିମନ୍ତ୍ରଣ କରାଯାଇଥିଲା ଏବଂ ଅଂଚଳର ସମସ୍ତ ଦେବାଦେବୀ ଓ ଗ୍ରାମ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯିବ । ଏହି ମହୋତ୍ସବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ତାପିତ ଅବା କ୍ଷତିଗ୍ରସ୍ତ ହୋଇଥିବା ପରିବାର ଙ୍କ ଏକତା, ଉନ୍ନତି ଏବଂ ସାମଗ୍ରିକ ବିକାଶ ନିମନ୍ତେ ପଥ ପ୍ରଦର୍ଶକ ହୋଇଥାଏ । କଳା ସଂସ୍କୃତି ର ପୁନରୁଦ୍ଧାର ନିମନ୍ତେ ଏକ ଉକୃଷ୍ଟ ମଂଚ ହୋଇଥାଏ ଯଦ୍ୱାରା ଅନେକ କଳାକାର , କଳାପ୍ରେମୀ ତାଙ୍କ କଳା କୁ ପ୍ରଦର୍ଶନ କରି ପୁଣି ଏକତା ର ବର୍ତ୍ତା ଦେଇଥାନ୍ତି । ଏହି ମହୋତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଣ ଯୋଗ ଦେଉଥିବା ଆୟୋଜକ ସୁତ୍ରରୁ ପ୍ରକାଶ । ସ୍ଥାନୀୟ ଲୋକନୃତ୍ୟ, ଲୋକ ଗୀତ, ଲୋକନାଟକ ତଥା ଜିଲ୍ଲା ବାହାରର କଳାକାର, କଂସ ଦରବାର ରେ କଂସ ଭୁମିକାରେ ଅନିଲ କୁମାର ନାଏକ, ମୀନା ବଜାର ଓ ମୁଖ୍ୟତଃ ମାଁ ବନଦୁର୍ଗାଙ୍କ ପୂଜନୋତ୍ସବ ମହାସମାରୋହରେ ପାଳିତ ହେବା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାପତି ସଂଜୟ ଗଡତ୍ୟା, ସଂପାଦକ ଜୟକୃଷ୍ଣ ମିଶ୍ର, ଉପସଭାପତି କୈଳାସ ସିଂଦେଓ, ସହ-ସଂପାଦକ ବିକାଶ ରଂଜନ ରଥ, ନରେନ୍ଦ୍ର ବିଶି, ଭରତ ସାହୁ, ଅଜୟ ଗଡତ୍ୟା, ଗିରିଧାରି ପୁଟା, ପ୍ରମୋଦ ପଟେଲ, ଲମ୍ବୋଦର ପଟେଲ, ବ୍ୟାସଦେବ ବନଛୋର୍, ସଦାନନ୍ଦ ମହଲା, ସ୍ୱେଚ୍ଛାସେବୀ ଗଗନ ନାଥ ପ୍ରମୁଖ ଆୟୋଜନରେ ନେତୃତ୍ୱ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ