ଦେଶୀରନ୍ଧା ମଦ, ପୋଚ ଓ ମହୁଲ ଫୁଲ ସହ ପିକଅପ ଭ୍ୟାନ ଜବତ: ୪ ଗିରଫ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଆଜି ଘଷିପୁରା ଥାନା ଵାଲିପାଳ ଓ ନନ୍ଦିପଦା ଥାନା ଅନ୍ତର୍ଗତ ଅଙରା, ପୁରୁଣାପାଣି ଅଞ୍ଚଳରେ ଚଢ଼ାଉ କରାଯାଇ ୭କୁଇଣାଲ ୨୦ କି,ଗ୍ରା ମହୁଲ ଫୁଲ ଓ ୧୭୨ଲିଟର ଦେଶୀ ରନ୍ଧା ମଦ ଓ ୨୨୦୦ ଲିଟର ମହୁଲ ପୋଚ ନଷ୍ଟ କରିଵା ସହ ଏକ ମହିନ୍ଦା ପିକଅପ୍ ଭ୍ୟାନ ଜବତ କରିଛି। ଏନେଇ ଏକ ମାମଲା ରୁଜୁ ହେବା ସହ ଜହର ଗ୍ରାମର ଅକ୍ଷୟ ସାହୁ ଓ ଲକ୍ଷ୍ଣଣ ପୁର୍ତ୍ତି ଗିରଫ କରାଯାଇଥିବା ବେଳେ ହାଟଡିହି ଅବକାରୀ ଥାନା ଅଧିନସ୍ଥ ଅଁରା ଗ୍ରାମର ଟୁନା ମୁଣ୍ଡା ଓ ବସନ୍ତ ଯେନାଙ୍କୁ ଗିରଫ କରା ଯାଇଛି। ସେମାନଙ୍କ ନାମରେ ୨ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ ନିରୀକ୍ଷକ, ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା,ଆରତୀ ବେହେରା, ସୁରେଶ ବେହେରା ଓ ଷ୍ଟା୍ପ ମାନେ ସାମିଲ ଥିଲେ ।


