ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଉଚ୍ଚ ସ୍ତରୀୟ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ଅପରାହ୍ନ ରେ ବାଲେଶ୍ୱର ରେଳ ଷ୍ଟେସନ୍ ଠାରେ ଦକ୍ଷିଣ ପୂର୍ବ ରେଳ ମହାପ୍ରବନ୍ଧକ ଓ ମଣ୍ଡଳ ରେଳ ପ୍ରବନ୍ଧକ ଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା, ଷ୍ଟେସନର ସୌନ୍ଦର୍ଯ୍ୟୀକରଣ, ଯାତାୟାତ ବ୍ୟବସ୍ଥାର ଉନ୍ନତି ଏବଂ ଚାଲିଥିବା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ୱରାନ୍ୱିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଗଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ରେଳ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ହେଉଛି । ବାଲେଶ୍ୱର ରେଳ ଷ୍ଟେସନର ଏହି ରୂପାନ୍ତରଣ ସହରର ଗୌରବ ବୃଦ୍ଧି କରିବା ସହ ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧାଜନକ ଯାତ୍ରା ଅନୁଭୂତି ସୃଷ୍ଟି କରିବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ। ଆସନ୍ତା ୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ଏହି କର୍ଯ୍ୟ ସରିବ ବୋଲି ସେ କହିଥିଲେ, ସାଂସଦ ଙ୍କ ସହ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ଥିଲେ ।


