ବିକଶିତ ଓଡ଼ିଶା ପାଇଁ ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି,୨୪|୬(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସଂଯୋଜନା କରିଥିଲେ। ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼ ,ସୁଶାନ୍ତ ପାତ୍ର,ସୁନୀଲ ପଣ୍ଡା, ସନ୍ତୋଷିନୀ ବେହେରା , ଇ . ଗାୟତ୍ରୀ ,ଜ୍ୟୋତ୍ସ୍ନା ଜେନା, କାଉନସିଲର ପ୍ରତିନିଧି ରମେଶ ଜେନା , ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡ଼. ଯୁଧିଷ୍ଠିର ସ୍ବାଇଁ,ସମ୍ପାଦକ କେ. ନାଗେଶ୍ଵର ରାଓ,କାର୍ଯ୍ୟକର୍ତ୍ତା ସୁଷମା ପାଠୀ,ସୁବାସ ପାଢ଼ୀ ଙ୍କ ସମେତ ୧୧ ଟି ୱାର୍ଡ ଅଧିନ ବିଭିନ୍ନ ସାହି,ବସ୍ତି ର ବହୁ ସଂଖ୍ୟକ ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ସଭାରେ ଉପସ୍ଥିତ ଥିଲେ। ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ନାଗରିକ ଙ୍କ ସକ୍ରିୟ ଅଂଶଗ୍ରହଣ କୁ ସୁନିଶ୍ଚିତ କରିବା।ବିଭିନ୍ନ ସରକାରୀ ଯୋଜନାରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବୋଲି ପୁରୀ ରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫେରେନ୍ସ୍ ମାଧ୍ୟମରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ତାଙ୍କ ଉଦବୋଧନ ରେ କହିଥିଲେ। ଜନସାଧାରଣ ଙ୍କ ସହ ସିଧା ସଳଖ ଆଲୋଚନା କରାଯାଇ ସେମାନଙ୍କ ସମସ୍ୟା,ଅଭିଯୋଗ,ମତାମତ ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ଗୁଡ଼ିକ ରେକର୍ଡ କରାଯିବ ବୋଲି ବିଭାଗୀୟ ସଚିବ ଉଷା ପାଢ଼ୀ ଭିଡ଼ିଓ କନଫେରେନ୍ସ୍ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବିକଶିତ ଓଡ଼ିଶାର ପଟ୍ଟଚିତ୍ର ଡିଜିଟାଲ ଭିଡ଼ିଓ ମାଧ୍ୟମ ରେ ପ୍ରଦର୍ଶିତ କରାଯାଇଥିଲା ଅଳିଆା ଆବର୍ଜନା ରୁ ସୌନ୍ଦର୍ଯ୍ୟୀକରଣ ସାମଗ୍ରୀ ,ବର୍ଜ୍ୟବସ୍ତୁ ଦ୍ଵାରା କଳା କୃତି ନିର୍ମାଣ,ପ୍ରସ୍ତାବିତ ଚାରିଧାମ ପାର୍କ, ମାର୍କେଟ କମ୍ପ୍ଲେକ୍ସ, ବଡବନ୍ଧ , ନେଳିଆବନ୍ଧ,ମଣିମା ବନ୍ଧ,ବିଶ୍ବାସରାୟ ବନ୍ଧ ପୋଖରୀ ପୁନରୁଦ୍ଧାର ପୁଞ୍ଜିକୟାଁ ବନ୍ଧ ପୋଖରୀ ,ଫୁଡପାର୍କ,ମୁକୁଳା ଡ୍ରେନ ର କଭର ପ୍ଲେଟ,ଶ୍ମଶାନ ଗୁଡ଼ିକର ର ବିକାଶ, ,ବହୁମୁଖୀ କୋଠା ଉଠାଦୋକାନୀ ମାନଙ୍କ ଥଇଥାନ ପାଇଁ ଯୋଜନା, ବିଭିନ୍ନ ରାସ୍ତାର ଆଲୋକୀକରଣ ,ଆକାଂକ୍ଷୀ ଶୌଚାଳୟ,ଥଣ୍ଡା ପାନୀୟଜଳ ପ୍ରକଳ୍ପ , ମଧୁବାବୁ ପେନସନ,ସୁଭଦ୍ରା ଯୋଜନା,ମୂଖ୍ଯ ମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦିର ଉନ୍ନତିକରଣ ଗୁଡିକ ଡିଜିଟାଲ ମାଧ୍ୟମ ରେ ପ୍ରଦର୍ଶନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ନାଗରିକ ଏବଂ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା। ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା। ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ।ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, ପରିବେଶ ସୁରକ୍ଷା, ନାଗରିକ ସୁରକ୍ଷା ଓ ସରକାରଙ୍କ ଫ୍ଲାଗସିପ୍ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।ସେହିପରି ନାଗରିକ ଙ୍କ ଅଭିଯୋଗ ଶୁଣାଣି, ଜନ ସଚେତନତା ଅଭିଯାନ, ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ଓ ନଗର ବିକାଶରେ ଜନ ଭାଗିଦାରୀ ବୃଦ୍ଧି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ସଭାରେ ସହରର ଶତାଧିକ ନାଗରିକ ଉପସ୍ଥିତ ଥିବା ବେଳେ ଏନଏସି କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


