ଆତ୍ମ ସମର୍ପଣ କଲେ ୧୧ ମାଓବାଦୀ : ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ):୧୧ଜଣ ମାଓବାଦୀ ଆତ୍ମସମର୍ପଣ।କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ପୋଲିସର ବଡ଼ ସଫଳତା ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଓଡ଼ିଶା ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ମାଓବାଦୀ ବଂଶଧାରା ମୁଗସର ନାଗାୱାଲି ଡିଭିଜନ ସମ୍ପୁର୍ଣ୍ଣ ସମାପ୍ତି ହୋଇଛି। ଡିଭିଜନ ର ସମସ୍ତ ସଦସ୍ୟ ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି।ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ଏହି ମାଓବାଦୀ ମାନେ ଶେଷରେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ପୋଲିସର ଲଗାତାର କମ୍ବିଙ୍ଗ ଅପରେସନ୍ ଓ ସରକାରଙ୍କ ସରେଣ୍ଡର ପଲିସି ଫଳରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ଏହା ସହ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ପ୍ରାୟ ଶେଷ ହୋଇଥିବାରୁ ଜିଲ୍ଲାଟି ମାଓମୁକ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଆତ୍ମ ସମର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଟିତ ବୈଠକରେ ଡିଜି ଙ୍କ ସମେତ ଆଇଜି ଅପରେସନ ସଞ୍ଜୀବ ପଣ୍ଡା, ଅଖିଳେଶ ସିଂ,ଆଇ.ଜି ଗୋଇନ୍ଦା ବିଭାଗଙ୍କ ସମେତ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, ନୂଆପଡା ଏସପି ଆମ୍ରପାଲ୍ ସିଂ, ନବରଙ୍ଗପୁର ଏସପି ମଡ଼କର ସନ୍ଦୀପ ସମ୍ପଦ, କନ୍ଧମାଳ ଜିଲ୍ଲା ଏସପି ହରିଶା ବିସି, ରାୟଗଡ଼ା ଏସପି ସ୍ଵାତୀ ଏସ କୁମାର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ