ତ୍ରିପାକ୍ଷିକ ବୈଠକରେ ସମାଧାନର ବାଟ ଫିଟିଲା ନାହିଁ : ଆସନ୍ତା ୨୪ରେ ପୁଣି ବସିବ ବୈଠକ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦର ରେ ସ୍ୱୀକୃତି ପ୍ରାପ୍ତ ଭେଣ୍ଡର ଏବଂ କଣ୍ଟାକ୍ଟର ମାନଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବାଅପରେଟର,ଡ୍ରାଇଭର ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ   ସମାନ କାମ କୁ ସମାନ ଦରମା ସମେତ ବିଭିନ୍ନ ଦାବୀ ପୂରଣ ନେଇ ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୁର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଏବଂ ପୋର୍ଟ କତୃପକ୍ଷଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଯଥାଶୀଘ୍ର ସେମାନଙ୍କ ଦାବୀ ଉପରେ ଆଲୋଚନା ନ କଲେ ପୁଣି ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିଲେ  l  ଏନେଇ ସୋମବାର ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ଅଧ୍ୟକ୍ଷତା ରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା l      ଏଥିରେ ଛତ୍ରପୁର ପୋଲିସ ଏସ୍ଡ଼ିପିଓ ଚନ୍ଦନ କୁମାର ଘଡ଼ାଇ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରିଣୀ ବିଦ୍ୟା ଭାରତୀ ନାୟକ, ବ୍ରହ୍ମପୁର ଡିଭିଜନ ଲେବର କମିସନର ( ଡ଼ିଏଲସି ) ବାବୁ ଚରଣ ପାତ୍ର, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରିଣୀ ବର୍ଷାରାଣୀ ଜେନା ଏବଂ ସ୍ୱୀକୃତି ପ୍ରାପ୍ତ କଣ୍ଟାକ୍ଟର  ଓ ଭେଣ୍ଡର ମାନେ ଉପସ୍ଥିତ ଥିଲେ l  ଉପଜିଲ୍ଲାପାଳ    ଅପରେଟର,ଡ୍ରାଇଭର ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ବିଭିନ୍ନ ଦାବୀ ଏବଂ ଅଭିଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସଂଘ ପକ୍ଷରୁ ସେମାନଙ୍କ ନାର୍ଯ୍ୟ ଦାବୀ ସମ୍ପର୍କ ରେ କର୍ମକର୍ତା ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ  କରିଥିଲେ l   ପାଖାପାଖି ୨ ଘଣ୍ଟା ବିଭିନ୍ନ ବିଷୟରେ ଆଲୋଚନା ପରେ ମଧ୍ୟ କୋଣସି ସମାଧାନ ର ବାଟ ବାହାରି ନଥିଲା  l ଆସନ୍ତା ୨୪ ( ମଙ୍ଗଳବାର ଦିନ ) ରେ ଡିଏଲସି  ପକ୍ଷରୁ ଏକ ବୈଠକ କରି ସଂଘ ର ବିଭିନ୍ନ ଅଭିଯୋଗ ତଥା ଦାବୀ ନେଇ କଣ୍ଟାକ୍ଟର ମାନଙ୍କ ସହିତ  ଆଲୋଚନା କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ବରାଳ ନିର୍ଦେଶ ଦେଇଥିଲେ l ଏହି ବୈଠକରେ   ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୁର ସଂଘ ର ସଭାପତି ଏସ. କ୍ରିଷ୍ଣା ରେଡ୍ଡୀ, ଉପସଭାପତି ଏସ. ପ୍ରଭାକର ରେଡ୍ଡୀ  ଓ ଆଇନ ପରାମର୍ଶ ଦାତା ଜ୍ୟୋତି ରଞ୍ଜନ ମିଶ୍ର ଙ୍କ ସମେତ ସଂଘ ର ଶତାଧିକ ବହୁ ସଭ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ୩ ତାରିଖ ଦିନ  ବିଭିନ୍ନ ଦାବୀ ନେଇ ବନ୍ଦର ର ମୁଖ୍ୟ ଫାଟକ ସମ୍ମୁଖରେ  ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୁର ସଂଘ ଧାରଣା ଦିଆଯାଇଥିଲା    l ପରବର୍ତୀ ସମୟରେ ସେମାନେ ଧାରଣା ରୁ ଉଠିଥିଲେ ଏବଂ ଜିଲ୍ଲାପ୍ରଶାସନ ଓ କର୍ତ୍ତୃପକ୍ଷ ଙ୍କୁ ସେମାନଙ୍କ ଦାବୀ ପୂରଣ ନେଇ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ ବୋଲି ସଭାପତି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ