ଆସିକାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‍ପିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଆସିକା ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‍ପିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ଶ୍ରୀ ଭି.କିର୍ତ୍ତୀଭାସନ ଓ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରିଥିଲେ । ଗଂଜାମ ଜିଲ୍ଲାପାଳ ଓ ଗଂଜାମ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ସଂପର୍କରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ପୂର୍ବରୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିବାରୁ ବହୁ ବ୍ୟକ୍ତି ସେମାନଙ୍କର ବିଭିନ୍ନ ଅଭିଯୋଗ ନେଇ ଏହି ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଗଂଜାମ ଜିଲ୍ଲାପାଳ ଓ ଏସ୍‍ପିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଗୃହ ନିର୍ମାଣ ଓ ମନରେଗା, ଖାଦ୍ୟ ସୁରକ୍ଷା ଓ ଧାନସଂଗ୍ରହ, ପେନସନ୍‍, କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ, ଆବାସ, ଜମିଜମା, ଗ୍ରାମ୍ୟ ପାନୀୟ ଜଳ, ସୁଭଦ୍ରା ଯୋଜନା ଭଳି ବିଭିନ୍ନ ସମସ୍ୟା ସଂପର୍କରେ ବହୁ ଅଭିଯୋଗ ଆସିଥିଲା ବେଳେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମିଳିତ ଅଭିଯୋଗ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରାଜଶ୍ରୀ ସାହୁ,ଟିପିିଓସ୍‍ଓଡିଏଲ୍‍ ଆସିକା ବିଦ୍ୟୁତ ଖଣ୍ଡ ନଂ-୧ର ନିର୍ବାହୀ ଯନ୍ତ୍ରୀ ଇଂ ଜଗତଜିତ୍‍ ଦାଶ ମହାପାତ୍ର, ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା, ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଓ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସିଡିପିଓ ଶାନ୍ତି କୁମାରୀ କରସୁଦ୍ଧା ପଟ୍ଟନାୟକ, ପଞ୍ଚଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଶାନ୍ତ କୁମାର ଭୂୟାଁ, ସୁକାନ୍ତ କୁମାର ନାୟକ, ବିଦ୍ୟାଧର ସେଠୀଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ପୁର୍ତ୍ତ, ମହିଳା ଓ ଶିିଶୁ ବିକାଶ, ପ୍ରାଣୀ ଚିକିତ୍ସା ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ବ୍ଳକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ୧୫୫ଟି ଆବେଦନ ପଞ୍ଜିକରଣ କରାଯାଇଥିଲା ଓ ରେଡକ୍ରସ ପାଣ୍ଠିରୁ ଜଣକୁ ୮ ଜଣଙ୍କୁ ଚିକିତ୍ସା ପାଇଁ ୬୨ ହଜାର ୫ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ