ଆସିକା ଉପଖଣ୍ଡ ଚିକିତ୍ସାଳୟର ଔଷଧୀୟ ବଗିଚା

ଆସିକା (ୱାଇଏନ୍‍ଏସ୍‍) : ଭଳିକି ଭଳି ଔଷଧୀୟ ବୃକ୍ଷରେ ହସୁଛି ଆସିକା ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ନିକଟରେ ଥିବା ଔଷଧୀୟ ବଗିଚା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିସରରେ ଔଷଧୀୟ ଗୁଳ୍ମ ଭରି ରହିଥିଲା ବେଳେ ତାହା ପ୍ରକୃତିର ଅମୂଲ୍ୟ ଉପହାର ସଦୃଶ୍ୟ ହୋଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁଷ୍ଟି ପୁନର୍ବାସ କେନ୍ଦ୍ରର ଡାକ୍ତର ଦୀପକ କୁମାର ସାମନ୍ତରାୟ, ଚିକିତ୍ସାଳୟ ପରିଚାଳକ ବିଶ୍ୱଜିତ୍‍ ପ୍ରଧାନ, ଆସିଡିସି କାଉନସିଲର୍‍ ଦୀପକ କୁମାର ରାଉତଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ରୋପଣ କରାଯାଇଥିବା ବିରଳ ଔଷଧୀୟ ବୃକ୍ଷ ଗୁଡିକର ଯତ୍ନ, ସୁରକ୍ଷା ନେଉଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରକୃତିର ଅନନ୍ୟ ଅବଦାନ ସ୍ୱରୂପ ଔଷଧୀୟ ବଗିଚାର ମନଲୋଭା ପରିବେଶ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍‍ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିସରରେ ଥିବା ଔଷଧୀୟ ବୃକ୍ଷ ବଗିଚାର ପ୍ରାକୃତିକ ପରିବେଶକୁ ଶୋଭାମୟ ଓ ଅଧିକ ଆକର୍ଷଣୀୟ କରୁଥିବା ବେଳେ ବିଭିନ୍ନ ସମୟରେ ବହୁ ବରିଷ୍ଠ ନାଗରିକ ଔଷଧୀୟ ଉଦ୍ୟାନର ସୌନ୍ଦର୍ଯ୍ୟକୁ ବେଶ୍‍ ଉପଭୋଗ କରୁଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ