ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ
ହାଟଡିହି (ଓ୍ବାଇଏନଏସ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ ହାଟଡିହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନ ହୋଇଯାଇଛି। ଏଥିରେ ମମତା ପଣ୍ଡା, ପ୍ରଣୟନି ବ୍ରହ୍ମ, ତୃପ୍ତିମୟୀ ଜେନା, ବବିତା ସାହୁ, ଦିପ୍ତିମୟୀ ଖୁଣ୍ଟିଆ, ବିଜୟାଲକ୍ଷ୍ମୀ ଜେନାଙ୍କ ସମେତ ଅନେକ ମହିଳା ଯୋଗଦେଇ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଗୈରିକ ଧ୍ୱଜ ତଳେ ନିଜ ସଂସ୍କୃତି ପରମ୍ପରାକୁ ଆଗକୁ ନେବା ପାଇଁ ପ୍ରତିଜ୍ଞା କରିଥିଲେ। ପରେ ଉପସ୍ଥିତ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯଥିଲା।


