ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲାପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ଡା. ମଧୁସୂଦନ ପାଣିଗ୍ରାହୀ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟରାମ ଦଳାଇ , ଚଷାନିମଖଣ୍ଡି କ୍ଳଷ୍ଟର ସିଆରସିସି ସିମାଞ୍ଚଳ ଗୌଡ , ସ୍ୱାସ୍ଥ୍ୟକର୍ମୀ ପିଙ୍କିଲତା ବେହରା , ଯୋଗାଣ ସହାୟକ ଭଗବାନ ଗୌଡ଼ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାଶ୍ୟାମ ବେହେରା , ଜଗନ୍ନାଥ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ ।ଶିକ୍ଷକ ନରେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଶଙ୍କର ସେଠୀ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାରୀଶିକ୍ଷା ଉପରେ ଆଧାରିତ ଶ୍ରେଷ୍ଠ ସାମାଜିକ ନାଟକ ” ପଲ୍ଲୀରୁ ଦିଲ୍ଲୀ ” ମଞ୍ଚସ୍ଥ ହୋଇଥିଲା । ସହକାରୀ ଶିକ୍ଷକ ନିରଞ୍ଜନ ବିଷୋୟୀ , ମନୋରଞ୍ଜନ ସେଠୀ , ନକୁଳ ଜେନା ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


