ଚଣ୍ଡିଗଡ଼ରେ ଅନୁଷ୍ଠିତ ଖେଲୋ ମାଷ୍ଟର୍ସ ଗେମରେ କିଶୋର ରଥଙ୍କ ସଫଳତା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କିଶୋର ଚନ୍ଦ୍ର ରଥ ଚଣ୍ଡିଗଡ ଠାରେ ଅନୁଷ୍ଠିତ ଖେଲୋ ମାଷ୍ଟର୍ସ ଗେମରେ ସଫଳତା ଅର୍ଜନ କରି ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର କାରଣ ହୋଇପାରିଛନ୍ତି, ଚଣ୍ଡିଗଡ଼ ଠାରେ ୫ମ୍ ଖେଲୋ ମାଷ୍ଟର୍ସ ଗେମ୍ ଉଦଯାପିତ ହୋଇଯାଇଛି। ଏଥିରେ ଦେଶର 999Г ଜଣ ମାଷ୍ଟର୍ସ ଖେଳାଳି ଭାଗ ନେଇଥିବା ବେଳେ ଓଡ଼ିଶାରୁ ୧୬ ଜଣ ଅଂଶଗ୍ରହଣ କରିଥିଲେ I ତନ୍ମଧ୍ୟରୁ ଗଜପତିର କିଶୋର ଚନ୍ଦ୍ର ରଥ ୧୦୦ ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଏବଂ ଟ୍ରିପଲ ଜମ୍ପରେ ତୃତୀୟ ସ୍ଥାନହାସଲ କରି କାଂସ୍ୟ ପଦକ ହାସଲ କରିଥିବା ସୂଚନା ମିଳିଛି | ଶ୍ରୀ ରଥ ଗେମ୍ରେ କେବଳ ପଦକ ହାସଲ କରି ଜାପାନରେ ହେବାକୁ ଥିବା ୱାର୍ଲଡ ମାଷ୍ଟର୍ସ ଗେମ୍ସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରଥଙ୍କ ଏଭଳି କୃତୀତ୍ବ ଯୋଗୁଁ ସାରା ଓଡିଶାରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


