ଉତ୍କଳ କେଶରୀ ଆଗରପଡା ମହୋତ୍ସବର ୪ର୍ଥ ସଂନ୍ଧ୍ୟା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ତ୍ରୟୋଦଶତମ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ଯୋଗ ଦେଇ ଡ.ହରେକୃଷ୍ଣ ମହତାବ ବହୁ ଗୁଣର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ସାହିତ୍ୟିକ, ସାମ୍ବାଦିକ, କୂଟନୀତିଜ୍ଞ ଓ ରାଜନୀତିରେ ଜଣେ ବିଚକ୍ଷଣ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ଜନ୍ମ ମାଟିରେ ମହୋତ୍ସବ ଆୟୋଜନ ସ୍ୱତନ୍ତ୍ରତା ସୃଷ୍ଟି କରେ ବୋଲି କହିଥିଲେ । ମହୋତ୍ସବ କମିଟିର ସଭାପତି ଆଇନଜିବୀ ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ଡ.ହରେକୃଷ୍ଣ ମହତାବ ଏ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ । ତାଙ୍କର ଆଦର୍ଶମୟ ଓ ତ୍ୟାଗପୂତ ଜୀବନ ସହ ପ୍ରତିଟି ମୁହୁର୍ତ୍ତ ସମାଜ ସେବାରେ ଲାଗାଉଥିବା ବେଳେ ତାଙ୍କର ଏହି ନୀତି ପାଇଁ ସେ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଆଗରପଡା ବରିଷ୍ଠ ନାରିକ ସୁରକ୍ଷା ମଞ୍ଚ ସମ୍ପାଦକ ରଞ୍ଜନ କୁମାର ଦାସ, ଉପଦେଷ୍ଟା ସୁବୋଧ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ପାଲା ଗାୟକ ବୈକୁଣ୍ଠ ଚରଣ ନାଥ, ସମାଜସେବୀ ଗଦାଧର ବେହେରା, ମନ୍ଦିରା ସ୍କୁଲ ଅଫ୍ ଡ୍ୟାନ୍ସ ଏକାଡେମିର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସବେହେରାଙ୍କୁ ମାନପତ୍ର, ସଂବେଗ ଫଳକ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ସ୍ୱାଗତ ଭାଷଣ ଓ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କଣ୍ଠଶିଳ୍ପୀ ସୁପ୍ରିୟା ନାଥ ସଙ୍ଗୀତ ପରିବେଷଣ କରିଥିବା ବେଳେ ମନ୍ଦିରା ନୃତ୍ୟ ଦଳ ପକ୍ଷରୁ ଜ୍ୟୋତି ଜାଗୃତି ବେହେରା, ରଶ୍ମିତା ସାହୁ, କାମେଶ୍ୱରୀ ମହାନ୍ତି, ପ୍ରାଞ୍ଜଳୀ ଦାସ, ରୋଜିନା, ଅମ୍ରିତା, ଆୟସା, ପିହୁ, ଶ୍ରଦ୍ଧା, ଆଦ୍ୟାଶା, ଜେଟି, ଅନ୍ୱେଷା, ଆନନ୍ଦିତା, ବର୍ଷା, ସମୀକ୍ଷା, ମେଘାଲିକା, ଜ୍ୟୋସ୍ନା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା ଅଧ୍ୟାପିକା ପ୍ରତିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ଦୀପକ ପୁରୀ, ନମିତା ବେହେରା, ଲକ୍ଷ୍ମୀପ୍ରିୟା ସାହୁ, କରନ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।


