ମା ପୋଲକାଶୁଣୀଙ୍କୁ ପୂଜାର୍ଚ୍ଚନା
ଆସିକା (ୱାଇଏନ୍ଏସ୍): ଚୈତ୍ର ତୃତୀୟ ପାଳି ମଙ୍ଗଳବାର ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ପକ୍ଷରୁ କରୁଣାମୟୀ କୃପାମୟୀ ଜଗତଜନନୀ ମା ପୋଲକାଶୁଣୀଙ୍କ ନିକଟରେ ପଣାପାଣି ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି କାମନା କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ସହରର ୬ ନମ୍ବର ୱାର୍ଡ ସ୍ଥିତ ଗୋଲାସାହି ନିକଟରୁ ଆଧ୍ୟାତ୍ମିକପ୍ରେମୀ ମାନସିକଧାରୀ ମହିଳାମାନେ ବାଦ୍ୟବାଜଣାରେ ତାଳେତାଳେ ବାହାରି ବଜାରସାହି, ନିରଞ୍ଜନ ନଗର, ଲାଲାଗୋର୍ଜି ଛକ ଇତ୍ୟାଦି ଅଞ୍ଚଳ ପରିକ୍ରମା କରିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ପୋଲକାଶୁଣୀ ମନ୍ଦିରରେ ପହଞ୍ଚି ପଣାପାଣି ସମର୍ପଣ କରିବା ସାଙ୍ଗକୁ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା, କେ.ସତୀଶ ଆଚାରୀ, ଏସ୍.କାହ୍ନା ଆଚାରୀ, ସନ୍ତୋଷ ମହାରଣା, ଶିଶିର ମହାପାତ୍ର, ଜେ.କାଳୁ ଆଚାରୀ, କେ.ତାରିଣୀ ଆଚାରୀ, ସାଗର ମହାପାତ୍ର, ଓମ୍ ସାହୁ, ଏ.ରାମୁ ଆଚାରୀ, ପି.ଶୁଭମ୍ ପାତ୍ର, ରେ.ଚିଦାନନ୍ଦ ଆଚାରୀ, ଏସ୍.ବିନୋଦ ଆଚାରୀ, କେ.ମଣିକଣ୍ଠ ଆଚାରୀ, ସନ୍ଦୀପ ଆଚାରୀ, ବିଧି ଆଚାରୀଙ୍କ ସମେତ ବହୁ ଯୁବପିଢୀ ଓ ଶ୍ରଦ୍ଧାଳୁ ଭକ୍ତ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


