ବିଶ୍ୱ ଯକ୍ଷ୍ମା ଦିବସ
ଛତ୍ରପୁର (ଓ୍ବାଇଏନଏସ):ସ୍ଥାନୀୟ ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମୁନିଶିପେଣ୍ଠ ଠାରେ ବିଶ୍ୱ ଯକ୍ଷ୍ମା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ବ୍ଲକ ଉପାଧ୍ୟକ୍ଷା ଏସ୍ ସାରଦା ରେଡୀ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ରିଲାନ୍ସ ଫାଉଣ୍ଡେସନ ଅଧୀକ୍ଷକ ମୋଚିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକ୍ଷିକ ଡ଼ା . ସ୍ୱାଧୀନ ରଥଙ୍କ ପୌରାହିତ୍ୟରେ ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ, ବ୍ଲକ୍ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଏସଟିଏଲଏସ ପ୍ରଦୀପ କୁମାର ଓଁକାର, ଅମ୍ବିକା ପ୍ରସାଦ ଚୌଧୁରୀ , ବିଶିକେଶନ ଦାସ, ମୁନିସିପେଣ୍ଠ ସେକ୍ଟରର ସମସ୍ତ ସିଏଚଓ, ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ଙ୍କ ସହଯୋଗରେ ପାଳନ କରାଯାଇଥିଲା ଏବଂ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ ଗଙ୍ଗାପୁରରେ ଯକ୍ଷ୍ମା ସଚେତନ କାର୍ଯ୍ୟକ୍ରମ ୩ ଟି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା (ଆଦିତ୍ୟ କୁମାର ପାତ୍ର, ପି.ଲଲିତା ପାତ୍ର ଓ ମଧୁସ୍ମିତା ସାସମଲ୍)। ଯକ୍ଷ୍ମା ରୋଗୀ ମାନଙ୍କୁ ନିକ୍ଷୟ ମିତ୍ର ଯୋଜନା ମଧ୍ୟମ ରେ ଖାଦ୍ୟ ମଧ୍ୟ ପ୍ରଧାନ କରାଯାଇଥିଲା । ଆଗାମୀ ଦିନରେ ଟାଙ୍ଗଣାପଲ୍ଲି ପଞ୍ଚାୟତ ର କେ.ଟି.ଏନ୍ ପୁର ଓ ରାମପଲ୍ଲି ଗ୍ରାମକୁ ଯକ୍ଷ୍ମା ରୋଗରୁ ନିରାକରଣ କରିବା ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦେଇଥିଲେ। ଏବଂ ଅଧିକ୍ଷିକ ଡ଼ା ସ୍ୱାଧୀନ ରଥ ମୁଖ୍ୟତଃ ଯକ୍ଷ୍ମା ରୋଗ ର ଭୟଭୟତା ଏବଂ ନିରାକରଣ ପାଇଁ ଆଗାମୀ ଦିନ ରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ୨.୦ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କର ଏକ୍ସରା ସାଇ ଟିବି ଏବଂ ସେମାନଙ୍କ କଫ ପରୀକ୍ଷା ଦ୍ୱାରା ପୁର୍ନବାର ଭାବରେ ଟିବି ଚିହ୍ନଟ କରାଯିବ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ନିର୍ଦେଶ କ୍ରମେ ୯ ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇଥିବା ବେଳେ ଆଉ ୯ ଟି ପଞ୍ଚାୟତ କୁ ଆଗାମୀ ଦିନରେ ଯକ୍ଷ୍ମା ମୁକ୍ତ କରିବେ ବୋଲି ପ୍ରତଶ୍ରୁତି ଓ ନିଷ୍ପତି ନେଇଛନ୍ତି ଏବଂ ଗତ ବର୍ଷ ପରି ସମସ୍ତ କର୍ଯ୍ୟକ୍ରମ ଙ୍କୁ ହାତେଇ ନେଇ ଯକ୍ଷ୍ମା ମୁକ୍ତ ଦିଗରେ ଅଗ୍ରସର ହୋଇଛନ୍ତି। ନୂତନ ରୂପରେ ଆସିଥିବା ଯକ୍ଷ୍ମା ରୋଗ ପାଇଁ ପ୍ରୋଟେବଲ ଏକ୍ସରେ ମେସିନ୍ ଏବଂ ଲୋକ ମାନଙ୍କୁ ମାଗଣାରେ ସମସ୍ତ ସୁବିଧା ପ୍ରଦାନ କରାଯିବ ଏବଂ ମାସିକ ୬୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି।


