ଦୁର୍ଗା ମାଧବ ମନ୍ଦିରରେ ଅନ୍ନ ପ୍ରସାଦ ସେବାର ଶୁଭାରମ୍ଭ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ମାଧବ ଗ୍ରାମ ର ଐତିହାସିକ ତଥା ଆଧ୍ୟାତ୍ମିକ ପୀଠ ଶ୍ରୀ ଦୁର୍ଗାମାଧବ ଙ୍କ ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବାର ଶୁଭାରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ସେବାୟତ ଓ ଟ୍ରଷ୍ଟ ବୋର୍ଡର ମିଳିତ ସ‌ହ‌ଯୋଗରେ ଆଜି ଠାରୁ ଏହି ପୂଣ୍ୟ ସେବା ନିଆଳି ତହସିଲଦାର ତାରେଣୀ ରଂଜନ ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି। ମାଧବ ମନ୍ଦିରରେ ଭକ୍ତମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ସୁବନ୍ଦୋବସ୍ତ କରାଯାଇଥିଲା । ଦୂରଦୂରାନ୍ତ ର ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଯେପରି ପ୍ରସାଦ ସେବାରୁ ବଂଚିତ ନ ହେବେ ସେଥ‌ିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ପରି ମାଟି କୁଡୁଆରେ ଅନ୍ନ ପ୍ରସାଦ ରନ୍ଧନ କରାଯାଇ ଠାକୁରଙ୍କ ନିକଟରେ ଭୋଗ ଲାଗି ପରେ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା। ପ୍ରତ୍ୟେକ ଦିନ ଭକ୍ତମାନଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା କରାଯିବା ସହିତ ଉଚିତ ମୂଲ୍ୟରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ଯୋଗାଇ ଦିଆଯିବ । ଆଜିର ପ୍ରଥମ ଦିନରେ ଶତାଧିକ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା ଭକ୍ତମାନେ ଅନ୍ନପ୍ରସାଦ ସେବନ କରି ବେଶ ଆନନ୍ଦିତ ହୋଇଥିଲେ । ତହସିଲଦାର ତାରେଣୀ ରଂଜନ ରାୟଙ୍କ ସହିତ ନିଆଳି ବ୍ଳକର ପୁର୍ବତନ ଚେୟାରମ୍ୟାନ ନ୍ୟାୟବ୍ରତ ରାଉତ, ସେବକ ତ୍ରିଲୋଚନ ପୁଷ୍ପାଳକ, ପ୍ରଦୀପ ପୁଷ୍ପାଳକ, ସନ୍ତୋଷ ପୁଷ୍ପାଳକ, ପୂର୍ଣ୍ଣଚନ୍ଦ୍ର ପୁଷ୍ପାଳକ, ମନ୍ଦିର ହେଡିଟାରୀ ଟ୍ରଷ୍ଟୀ ଚନ୍ଦନ ଦେବ ଗୋସ୍ଵାମୀ, ସମାଜସେବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଛତିଶା ନିଯୋଗ ର ସେବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରାଚୀ ଉପତ୍ୟକା ର ଦୁର୍ଗାମାଧବ ମନ୍ଦିର ରେ ଅନ୍ନ ପ୍ରସାଦ ସେବା ଆରମ୍ଭ ହୋଇଥିବାରୁ ନିମାପଡ଼ା, ଗୋପ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ