ଭେଲିଡେଶନ ଆଇନ ପ୍ରତ୍ୟାହାର ଦାବିରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର,(ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ, ବାଲେଶ୍ୱରର ସଭାପତି ଇଂ. ବନମାଳୀ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ୨୦୨୫ ମସିହା ମାର୍ଚ୍ଚ ୨୫ ତାରିଖରେ ସଂସଦ ଦ୍ୱାରା ଗୃହୀତ ଭେଲିଡେଶନ ଆଇନର ପ୍ରତ୍ୟାହାର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକଙ୍କୁ ପ୍ରଦାନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ଉପସଭାପତି ଦେବେନ୍ଦ୍ର ଚୌଧୁରୀ, ସାଧାରଣ ସମ୍ପାଦକ ଦାମୋଦର ନାୟକ, ସଂଗଠନ ସମ୍ପାଦକ ସଞ୍ଜୟ ପଣ୍ଡା, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ, ଉପଦେଷ୍ଟା ବସନ୍ତ ନାୟକ, ଜ୍ଞାନେନ୍ଦ୍ର ସାହୁ, ଗୌରପ୍ରିୟ ମିଶ୍ରଙ୍କ ସମେତ ଶଶାଙ୍କ ଦତ୍ତ, ଭବେଶ ପଣ୍ଡା, ଶେଖ୍ ଆଲ୍ଲାଉଦ୍ଦିନ୍, ରବୀନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା (ଖ), ଦୟାନିଧି ମହାପାତ୍ର, ସନ୍ତୋଷ ବେହେରା, ଅନନ୍ତ ଦାସ ପ୍ରମୁଖ ସାମିଲ ଥିଲେ। ପ୍ରକାଶ ଥାଉକି ଏହି ଭେଲିଡେଶନ ଆଇନ୍ ବଳରେ ସରକାର ପେନ୍ସନ୍ଭୋଗୀମାନଙ୍କର ଅବସରଗ୍ରହଣ ତାରିଖ ଭିତ୍ତିରେ ବର୍ଗୀକରଣ କରି ପେନ୍ସନ୍ ସମ୍ବନ୍ଧିତ ସୁବିଧା ସୁଯୋଗ ଦେବାରେ ନିଷ୍ପତ୍ତି ନେଇପାରିବେ ଯାହାକି ସମସ୍ତ ପେନସନ୍ଭୋଗୀମାନଙ୍କ ନିମନ୍ତେ ସମାନତା ରହିବ ନାହିଁ। ଏଥିନିମନ୍ତେ ଏହି ଭେଲିଡେଶନ୍ ଆଇନର ପ୍ରତ୍ୟାହାରର ଆବଶ୍ୟକତା ରହିଛି। ମଧ୍ୟ ଜିଲ୍ଲାର ବିଭିନ୍ନ ଶାଖା ସଂଗଠନ ତରଫରୁ ସବ୍ଡିଭିଜନ୍ ଓ ବ୍ଲକ୍ସ୍ତରୀୟ ଅଧିକାରୀମାନଙ୍କ ମାଧ୍ୟମରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି।


