ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) :ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବାଲିସିରା ଉଚ୍ଚ ପ୍ରାଥମିକ ବିିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ରାମନାଥ ପଟ୍ଟନାୟକ, ଅଙ୍କିତା ମହାପାତ୍ର, ମନିଷା ଦିଗଲ, ନିରୁପମା ଦାଶ, ପ୍ରେମଲତା ବେହେରା, ଗୀତାଞ୍ଜଳୀ ପାତ୍ର, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରି ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇ ଏହି ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ମନିଷା ବେହେରା, ଜେ.ସନ୍ତୋଷିନୀ ପାତ୍ର, ଆଲିସା ସ୍ୱାଇଁ, ଶିବାନୀ ନାହାକ, ନନ୍ଦିନୀ ଡାକୁଆ, ସନ୍ତୋଷିନୀ ପ୍ରଧାନ, ସୋନାଲି ଲେଙ୍କା, ସୁନିଲ୍ ବେହେରା ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ଅଧ୍ୟୟନ କାଳର ସ୍ମୃତି ଓ ଅନୁଭୁତି ସଦାସର୍ବଦା ଅବିସ୍ମରଣୀୟ ହୋଇରହିବ ବୋଲି ପ୍ରକାଶ କରି ନିଜ ନିଜର ଶୈକ୍ଷିକ ଅନୁଭୁତି ଉପସ୍ଥାପନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ଥିବା ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


