ପେନସନ୍‍ରସ ବିରୋଧୀ ଭାଲିଡେସନ୍‍ ବିଲ୍‍ ପ୍ରତ୍ୟାହାର ଦାବୀ

ଆସିକା (ୱାଇଏନ୍‍ଏସ୍‍): ସର୍ବଭାରତୀୟ ରାଜ୍ୟ ପେନସନ୍‍ର୍ସ ଫେଡେସେନ୍‍ର ଆହ୍ୱାନକ୍ରମେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର ସଦସ୍ୟମାନେ କଳାବ୍ୟାଜ୍‍ ପରିଧାନ କରି ବୁଧବାର ତହସିଲ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବା ସାଙ୍ଗକୁ ଭାଲିଡେସନ୍‍ ବିଲ୍‍ ତୁରନ୍ତ ପ୍ରତ୍ୟାହାର ଦାବୀରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆସିକା ରାଜସ୍ୱ ବିଭାଗ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର ସଭାପତି ପିତବାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ଉପସଭାପତି ସୁବାସ ଚନ୍ଦ୍ର ମିଶ୍ର ଓ ସହ ସଂପାଦକ ମିହିରକାନ୍ତ ମହାପାତ୍ର, ଆସିକା ଶାଖାର ସକ୍ରିୟ ସଦସ୍ୟ ରାଜେଶ୍ୱର ପାତ୍ର, ଦେବହରି ମହାନ୍ତି, ବିଶ୍ୱନାଥ ଲେଙ୍କା, କାଶୀବିଶ୍ୱନାଥ ନାହାକ, ମହେଶ୍ୱର ନାହାକ, ପଞ୍ଚାନନ ସ୍ୱାଇଁ, ପ୍ରଦୀପ କୁମାର ରାଉତ, ଲକ୍ଷ୍ମୀ ନାରାୟଣ ନାହାକ ପ୍ରମୁଖ ଉଦ୍‍ବୋଧନ ଦେଇ କେନ୍ଦ୍ର ସରକାର ପେନସନ୍‍ ବିରୋଧୀ ଭେଲିଡେସନ୍‍ ଆଇନ ପାରିତ କରି ଦେଶର ଲକ୍ଷ ଲକ୍ଷ ପେନସନ୍‍ଭୋଗୀଙ୍କ ପ୍ରାପ୍ୟକୁ ସଂକୁଚିତ କରିବା ଓ ସେମାନଙ୍କ ମନରେ ବିଭାଜନ ସୃଷ୍ଟି କରିବା ଭଳି ନେଇଥିବା ପଦକ୍ଷେପକୁ ତୀବ୍ର ନିନ୍ଦା କରିଥିଲେ । ଅତୀତରେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ପକ୍ଷରୁ ଭେଲିଡେସନ୍‍ ଆଇନକୁ ବାତିଲ୍‍ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ସର୍ବଭାରତୀୟ ରାଜ୍ୟ ପେନସନ୍‍ ଫେଡେରେସନର ଆହ୍ୱାନକ୍ରମେ ବୁଧବାର ସଂଘର ଆସିକା ଶାଖାର କାର୍ଯ୍ୟକର୍ତ୍ତାମାନେ କଳାବ୍ୟାଜ୍‍ ପରିଧାନ ପୂର୍ବକ ପେନସନ୍‍ର୍ସ ବିରୋଧୀ ଭାଲିଡେସନ୍‍ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବୀ କରିଥିଲେ । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର ଏହି କଳାବ୍ୟାଜ ପରିଧାନ, ପ୍ରତିବାଦ ସଭା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଘର ସଂପାଦକ ଉପେନ୍ଦ୍ର ନାୟକ, କବିରାଜ ସାହୁ, ଭିକାରୀ ଚରଣ ଚର୍ଚ୍ଚି, ବି.ଯୁଧିଷ୍ଠିର ଦୋରା, ଏ.କାମେଶ୍ୱର ଆଚାରୀ, କୃଷ୍ଣଚନ୍ଦ୍ର ଦାଶ, କନ୍ଧ ବେହେରା, ଗଦାଧର ସେଠୀ, ପ୍ରଫୁଲ ଚନ୍ଦ୍ର ଦାଶ, ଭାସ୍କର ବେହେରା, ବି.ପ୍ରଫୁଲ ପାତ୍ର, ମନ୍ନଥ ଦାଶ, ଶ୍ରୀମତୀ ହରପ୍ରିୟା ଉପାଧ୍ୟାୟ, ସୀତାରାମ ବେହେରା, ନବଘନ ମିଶ୍ର, ଦୀନବନ୍ଧୁ ପଟ୍ଟନାୟକ, କୃତିବାସ ଜେନା, ଯୁଧିଷ୍ଠିର ବିଶ୍ୱାଳ, ବିଶ୍ୱନାଥ ନାୟକ, ଅରୁ ଚରଣ ପ୍ରଧାନ, ସୁରେନ୍ଦ୍ରନାଥ ପାତ୍ର, ବିଜୟ କୁମାର ଜେନା, ଖଦାଳୀ ନାହାକ, ସୁରେନ୍ଦ୍ରନାଥ ବେହେରା, ବ୍ରିଟିଶ୍‍ ଚର୍ଚ୍ଚି, ନବକିଶୋର ପ୍ରଧାନ, ଅଭିମନ୍ୟୁ ନାୟକ, ବଂଶୀଧର ନାହାକ, ଏ.କୁଶ ନାଇଡୁ, ମୁରଲିଧର ପ୍ରଧାନ, ଏ.ଲବ ନାୟକ, ଭାସ୍କର ଜେନାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ସହ ସଂପାଦକ ମିହିରକାନ୍ତ ମହାପାତ୍ର ଏହି ପ୍ରତିବାଦ ସଭାରେ ଯୋଗଦେଇ ଗତ ୨୦୨୫ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦ୍ର ସରକାର ଭେଲିଡେସନ୍‍ ଆକ୍ଟ ପାରିତ କରି ପେନସନ୍‍ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରୁ ବଂଚିତ କରିବା ପାଇଁ ଯେଉଁ ଚକ୍ରାନ୍ତ କରାଯାଇଛି ତାହାକୁ ତୀବ୍ର ନିନ୍ଦା କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବୀ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ