ଶଙ୍ଖ ଭବନ ଠାରେ ବିଜେଡିରେ ସାମିଲ ହେଲେ ବିଜେପି ସରପଞ୍ଚ ସହ 60 କର୍ମୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ର ସରପଞ୍ଚ ଝୁନୁ ଶବର ସହ ୱାଡ ମେମ୍ବର ସହ 60 ରୁ ଉର୍ଦ୍ଧ ବିଜେପି କର୍ମୀ ଭୁବନେଶ୍ଵର ୟୁନିଟ ୬ ରେ ଥିବା ଶଙ୍ଖ ଭବନ ଠାରେ ଅନୁଷ୍ଟିନିକ ଭାବେ ବିଜେଡି ରେ ସାମିଲ ହେଲେ, ପୁର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଉପସ୍ଥିତି ରେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ନେତୃତ୍ଵ ରେ 60 ରୁ ଉର୍ଦ୍ଧ ବିଜେପି କର୍ମୀ ମାନେ ବିଜେଡି ରେ ସାମିଲ ହୋଇଥିବାରୁ ବିଜେପି ଦଳ କୁ ଝଟକା ଲାଗିଥିବା ଜଣାପଡିଛି, ଏହି ରମ୍ପା ପଞ୍ଚାୟତ ବିଜେପି ଶୂନ୍ୟ ହୋଇଯିବ ବୋଲି ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ ଜଣାଇଛନ୍ତି, ଏହିଭଳି ଯଦି ହୁଏ ଗୋଷାଣୀ ବ୍ଲକ ପଞ୍ଚାୟତ ନିର୍ବାଚନ ରେ ବିଜେପି ଶୂନ୍ୟ ହେବା ସମ୍ଭାବନା ରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ