ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀରାମନବମୀ ପାଳିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀ କ୍ଷେତ୍ରରେ ରାମ ନବମୀ ପାଳିତ ହୋଇଯାଇଛି। ଆଜିଠୁ ନବଦିନ ବ୍ୟାପୀ ବିଜେ ପ୍ରତିମା ରାମ ଟୁଙ୍ଗିକୀ ଯାତ୍ରା କରିବେ। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ରାମ ନବମୀ ନୀତି ପାଳନ ହୋଇ ଯାଇଛିି। ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀଜୀଉଙ୍କୁ ରୌପ୍ୟ ସଜ୍ଜିତ ବେଶରେ ସଜ୍ଜିତ କରାଯାଇ ମଙ୍ଗଳାର୍ପଣ ଆଳତି ସମେତ ଭୋଗ ଲାଗି କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ମନ୍ଦିର ବେଢ଼ାରେ ବିରାଜମାନ ଥିବା ଶ୍ରୀରାମଜୀଉଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ଓ ପୁଷ୍ପରେ ସଜ୍ଜିତ କରାଯାଇ ବିଭିନ୍ନ ପ୍ରକାର ଭୋଗ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିଲା। ବେଢ଼ା ମଧ୍ୟରେ ଭକ୍ତଙ୍କ ଭିଡ଼ ଲାଗିରହିଥିଲା। ଆଜିଠୁ ନବଦିନ ବ୍ୟାପି ରାତ୍ର ଧୂପ ସମ୍ପନ୍ନ ପରେ ବିଜେ ପ୍ରତିମା ଗୋବିନ୍ଦଜୀଉ ମନ୍ଦିର ବାହାରେ ଥିବା ରାମ ଟୁଙ୍ଗିକୁ ଯାତ୍ରା କରିବେ। ମନ୍ଦିର ପ୍ରଶାସନ ସହଯୋଗରେ ସମୂର୍ଣ୍ଣ ରାମାୟଣର ରାମଲୀଳା କାର୍ଯ୍ୟକ୍ରମ ରାତ୍ର ସମୟରେ ଅନୁଷ୍ଠିତ ହେବ ବୋଲି ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।


