ମାଆ ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଚଳିତ ମାସ ୨୪ ତାରିଖ ଠାରୁ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ଚାଲିଛି ମାଆ ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ, ଗତ ମଙ୍ଗଳବାର ଦିନ ମାଆଙ୍କୁ ଏକ ବିରାଟ ପଟୁଆରରେ ବାଘୁଆ ପାହାଡ଼ ସ୍ଥିତ ସ୍ଥାୟୀ ମନ୍ଦିରରୁ ଅଣାଯାଇ ନଗର ପରିକ୍ରମା କରାଯିବା ସହିତ କ୍ଷତ୍ରିୟବରପୁର ଗ୍ରାମରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା I ପ୍ରତ୍ୟେକ ଦିନ ମାଆଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଇ ପାରମ୍ପରିକ ବାଦ୍ୟ ବାଜଣା,ବାଘ, ବୃଷଭ, ହରିଣ,ଭାଲୁ ଆଦି ପଶୁମୁଖା ନୃତ୍ୟ,ବେଲୁନ୍ କଣ୍ଢେଇ ଆଦି ପଟୁଆରରେ ମାଆଙ୍କ ନଗର ପରିକ୍ରମା କରାଯାଉଛି, ଏହି କ୍ରମରେ ବୁଧବାର ଦିନ ଆମ୍ବବାଲି,ଗୁରୁବାର ଏବଂ ଶୁକ୍ରବାର ଦିନ କ୍ଷତ୍ରିୟବରପୁର ଓ ଶନିବାର ଦିନ କବିରାଜପୁରରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଛି I ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନଗର ପରିକ୍ରମା କରି ମାଆ ବିଳମ୍ବିତ ରାତ୍ରିରେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେଉଛନ୍ତି, ପ୍ରତ୍ଯେକ ଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ଏବଂ ଆକର୍ଷଣୀୟ ନଗର ପରିକ୍ରମା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି, ଅନ୍ୟ ପକ୍ଷରେ ମୀନାବଜାର, ରାମ ଦୋଳି, ବ୍ରେକ୍ ଡ୍ୟାନ୍ସ୍, ଟୋରାଟୋରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବାରୁ ଆଗାମୀ ଦିନ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବାର ସୂଚନା ମିଳୁଛି, କାର୍ଯ୍ୟକ୍ରମରେ ପୂଜକ ଭାବେ ପୁରୋହିତ ଅଜିତ୍ କୁମାର ଶତପଥି,କାହ୍ନୁ ହୋତା, ହରିହର ତ୍ରୀପାଠୀ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି I ଗ୍ରାମର ଯୁବକ ସଂଘ, ସ୍ଵେଚ୍ଛାସେବୀଙ୍କ ସମେତ ସମସ୍ତ ଗ୍ରାମବାସୀ ଏବଂ ଆଖପାଖ ଗ୍ରାମର ସ୍ଵେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ଟିମ୍ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ