ସିୟୁଟିଏମରେ ଆତ୍ମୀୟ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଆର୍. ସୀତାପୁର ଠାରେ ଥିବା ସିୟୁଟିଏମ୍ ଶିକ୍ଷାନୁଷ୍ଠାନ ସଭାଗୃହରେ ଆତ୍ମୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡି ‘ମିତ୍ର’ ସଂଗଠନ ପକ୍ଷରୁ ଡ.ରହିମତୁଲ୍ଲା ଓ ଭିଏସ୍ଏନ୍ ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ସିୟୁଟିଏମର ଉପସଭାପତି ପ୍ରଫେସର ଡି.ଏନ. ରାଓ ଓ ପ୍ରାକ୍ତନ ପ୍ରିନ୍ସିପାଲ ସେକ୍ରେଟେରୀ ସିବିଏସ୍ ରାମଚନ୍ଦ୍ର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବନ୍ଧୁତ୍ଵର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ