ବାଲାଜୀ ମହାବିଦ୍ୟାଳୟରେ ଇନୋଭେଶନ ଓ ଷ୍ଟାର୍ଟଅଫ କାର୍ଯ୍ୟକ୍ରମ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ଇନୋଭେସନ ଓ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଅଧ୍ୟକ୍ଷ ଡ଼ଃ.ପାଣିଗ୍ରାହୀ ଦୁର୍ଗା ପ୍ରସାଦ ଦାସ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ରୂପେ ଚିକିଟି ମହାବିଦ୍ୟାଳୟ ର ଅର୍ଥଶାସ୍ତ୍ର ବିଭାଗ ର ଅଧ୍ୟାପକ ଏସ.ସନାତନ ରାଓ ଯୋଗ ଦେଇ ଅଭିନଵ ଚିନ୍ତାଧାରା ଓ ଉଦ୍ୟୋଗୀ ମନୋଭାବ ଏହି କାର୍ଯ୍ୟକ୍ରମ ଦ୍ୱାରା ଜାଗ୍ରତ ହେବ ବୋଲି କହିଥିଲେ.ସମ୍ମାନିତ ଅତିଥି ରୂପେ ବାଣିଜ୍ୟ ବିଭାଗ ଅଧ୍ୟାପକ ପବିତ୍ର ମହାରଣା,ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଚୌଧୁରୀ ମଞ୍ଚାସିନ ରହି ବୈଷୟିକ କୌଶଳ ରେ ଦେଶ ରେ ଅର୍ଥ ନୀତି କିପରି ସୁଦୃଢ ହୁଏ ସେ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ.ଅଧ୍ୟାପକ ପିଙ୍କୁ ପ୍ରଧାନ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ.ଏ ସମ୍ପର୍କିତ ଆୟୋଜିତ ପ୍ରତିଯୋଗିତା ରେ ପ୍ରଥମ ଶ୍ରୀଧର ସାହୁ,ଦ୍ଵିତୀୟ ଇଶ୍ୱରୀ ସାହୁ ଓ ତୃତୀୟ ସ୍ଥାନ ଜସ୍ମିନ ସାହୁ ହାସଲ କରି ପୁରସ୍କୃତ ହୋଇଥିଲେ।


