ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଦୁର୍ନୀତି ଚିତ୍ର :କେବଳ ପିଚୁ ଘଷି ସାରିଦେଲେ କାମ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ର “ଠ କାମ କରି ସରକାରୀ ଅର୍ଥ ଲୁଟିନେବାକୁ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ହୋଇଛି। ପୁରୀ ଜିଲ୍ଲା  ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ସ୍ଥାନରେ ବିଧାୟକ ପାଣ୍ଠି ରୁ ଉର୍ନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟ ସଠିକ ହୋଇନାହିଁ। ସବୁଠୁ ବଡ଼ କଥା ହେଲା ରାସ୍ତା ମରାମତି,ନିର୍ମାଣ ପାଇଁ ଯେତିକି ଟଙ୍କା ଦିଆଯାଇଛି ତାର ଚାରି ଭାଗରୁ ଭାଗେ ଖର୍ଚ୍ଚ ହେଉ ନଥିବା ପରିଲିକ୍ଷିତ ହୋଇଛି। ମାର୍ଚ୍ଚ ମାସ ରେ ଅସ୍ତରଙ୍ଗ ବ୍ଲକ ଅଧୀନ ଅନେକ ସ୍ଥାନରେ ପିଚୁ ଉପରେ ପିଚୁ ହୋଇଥିବା ବେଳେ ର “ଠ କାମ କରି ସମ୍ପୂର୍ଣ୍ଣ ବିଲ ଉଠାଇ ନେବାକୁ ମସୁଧା କରାଯାଇଛି। ରାସ୍ତା ମରାମତି କରି ପିଚୁ ଘଷି କାମ ସାରି ଦିଆଯାଇଛି। ରାସ୍ତା କାମ ସିଡବ୍ଲୁଏ (ନିର୍ବାଚନ ମଣ୍ଡଳୀ ଅନୁଦାନ )ଅର୍ଥରେ କରାଯାଉଛି। ତେବେ ଟେଣ୍ଡର ନ କରି ନେତା ଙ୍କ ଚିଠାରେ କର୍ମୀଙ୍କୁ କାମ ବାଣ୍ଟି ଦିଆଯାଇଥିବା ଏବଂ ରାସ୍ତାରେ ଏଷ୍ଟିମେଟ ଅନୁଯାୟୀ କାମ ନ କରି କେବଳ ପିଚୁ ଘଷି କାମ ସାରି ଦିଆଯାଇଥିବା ଅଭିଯୋଗ ହେଉଛି। କେଉଁଠି ତ ୨୬୦ମିଟର, କେଉଁଠି ଶହେ ମିଟର ଏହି ଭଳି ଭାବେ ଅନେକ ସ୍ଥାନରେ ମାର୍ଚ୍ଚ ମାସର ବିଲ ଉଠାଇବାକୁ  ଘଷା ପିଚୁ କାମ ହୋଇଛି। ପିଚୁ ଉପରେ ମରାମତି ପିଚୁ କରିବାକୁ ୫ଲକ୍ଷ ଲେଖାଏଁ ଅର୍ଥ ଦିଆଯାଇଛି। ଏମିତି ଗ୍ରାମ୍ୟ ଉନ୍ନୟନ ବିଭାଗ ଭଲ ପିଚୁ ରାସ୍ତାରେ ପିଚୁ କରିଛନ୍ତି। କେବଳ ଠିକାଦାର ପୋଷା ନୀତି ଆପଣାଇବା ପାଇଁ। ରାସ୍ତା ଖାଲ ସ୍ଥାନରେ ମେଟାଲ ପଡି ସମାନ କରିବା, ରୋଲିଂ କରିବା ଏବଂ ପରେ ସରଫେସ ଡ୍ରେସିଂ ପାଇଁ ଚିପ୍ସ ବିଛା ଯିବ। ତା ‘ଉପରେ ୨୦ଏମ୍ ଏମ୍ ର କାର୍ପେଣ୍ଟି ଅର୍ଥାତ ଚିପ୍ସ ପିଚୁରେ ଭଜା ଯାଇ ରାସ୍ତାରେ ରୋଲିଂ କରାଯିବ ଏବଂ ଏହା ଉପରେ ୬ଇଞ୍ଚର ସିଲକୋଟିଂ ପିଚୁ କରାଯିବା କଥା। ସଠିକ ନିୟମ ରେ କାର୍ଯ୍ୟ ନ ହୋଇ ରାସ୍ତାରେ କେବଳ ୫/୬ଏମ୍ ଏମ୍ ମୋଟେଇର ସିଲକୋଟିଂ ପିଚୁ ଘଷି କାମ ସାରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହା ସହ ନିଜ ନାମ ଗୋପନ ରଖି ସମାଜସେବୀ ଏକ୍ସ ମାଧ୍ୟ୍ୟମରେ ଅଭିଯୋଗ ସହ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟର ଦୁର୍ନୀତି କୁ ନେଇ ଏକ ପିଟିସନ ଦାଖଲ କରିଛନ୍ତି। କାକଟପୁର ଗ୍ରାମ୍ୟ ଉନୟନ୍ନ ବିଭାଗ ଅଧିନ ହୋଇଥିବା ଅନେକ ରାସ୍ତାରେ ୨୦ଏମ୍ ଏମ୍ ମୋଟେଇ ର କାର୍ପେଟିଂ ସମ୍ପୂର୍ଣ୍ଣ ଗାଏବ କରି ଦିଆଯାଇଛି। ରାସ୍ତାରେ ପୂର୍ବପରି ଖାଲ ଢିପ ରହିଥିଲା ବେଳେ ପିଚୁ ଘଷି କାମ ସାରି ଦିଆଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିମାପଡା ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଛନ୍ତି, ୫ଲକ୍ଷ ଲେଖାଏଁ ଟଙ୍କା ସିଡବ୍ଲୁଏ ଅର୍ଥରେ କାମ କରାଯାଇଛି। ମାର୍ଚ୍ଚ ମାସ ଶେଷ ଦିନ ଥିବାରୁ କୌଣସି ପ୍ରତିକ୍ରିୟା ଗଣମାଧ୍ୟ୍ୟମ କୁ ଦେଇ ପାରିବିନି।ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ କାମ କୁ ଅନୁଧ୍ୟାନ କରିବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ