ଜିଲ୍ଲା ବ୍ରାହ୍ମଣ ସମିତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଦାମୋଦରପୁରସ୍ଥିତ ଜିଲ୍ଲା ବ୍ରାହ୍ମଣ ସମିତି କାର୍ଯ୍ୟାଳୟରେ ସମିିତିର ପୂର୍ବତନ ସଭାପତି, ଉପଦେଷ୍ଟା ବେଦପ୍ରଭା ପଣ୍ଡିତ ସ୍ୱର୍ଗତ ମଧୁସୂଦନ ପଣ୍ଡାଶର୍ମାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଶିର୍ଷ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ସଭାପତି ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଦିବଂଗତ ଆତ୍ମାର ସଦ୍‌ଗତି ଏବଂ ଶାନ୍ତି ପାଇଁ ଭଗବତ୍ ଗୀତା ପାଠ ଓ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରି ଗତ ୧୯୨୧ ମସିହାରେ ପ୍ରତିଷ୍ଠିତ ଓ ନୀଳଗିରି ରାଣୀ ଆନନ୍ଦ କୁମାରୀଙ୍କ ଅନୁଦାନରେ ଓ ସମିତିର ତତ୍ତ୍ୱାବଧାନରେ ପରିଚାଳିତ ବେଦ ବିଦ୍ୟାଳୟକୁ ପରିଚାଳନା କରିବାରେ ସ୍ୱର୍ଗତ ପଣ୍ଡାଙ୍କ ଭୂମିକାକୁ ସର୍ବଶ୍ରୀ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଗୌର ଚନ୍ଦ୍ର ଦାଶ, ବୈଦ୍ୟନାଥ ଆଚାର୍ଯ୍ୟ, କମଳାକାନ୍ତ ତ୍ରିପାଠୀ, ଗୌର ସାଧନ ମିଶ୍ର, ଭୃଗୁରାମ କର, ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ଧର୍ମବ୍ରତ ମିଶ୍ର, ଶୁଭଙ୍କର ମହାପାତ୍ର, ପୂଣ୍ୟଶ୍ଳୋକ ନନ୍ଦ, ଚନ୍ଦ୍ରାଂଶୁ ବାନାର୍ଜୀ, ଶାନ୍ତିସ୍ୱରୂପ ମିଶ୍ର, ଯଦୁନାଥ ମିଶ୍ର, ଦିଲ୍ଲୀପ ଶତପଥୀ, ଶ୍ରୀନିବାସ ଦାଶ, ରଘୁନାଥ ରଥ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉଚ୍ଚପ୍ରଶଂସା କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ଜ୍ୟେଷ୍ଠପୁତ୍ର ଅଶୋକ କୁମାର ପଣ୍ଡା ପିତାଙ୍କର ନୀତି, ଆଦର୍ଶ ଓ ସଂଗଠନ ପ୍ରତି ତାଙ୍କର ଆନୁଗତ୍ୟତା ସଂପର୍କରେ ନିଜର ଅଭିଜ୍ଞତାକୁ ଉପସ୍ଥାପିତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଜିଲ୍ଲା ବ୍ରାହ୍ମଣ ସମିତିର ବର୍ତ୍ତମାନର ପରିଚାଳନା କମିଟିର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଯାଇଥିବାରୁ ନୂତନ ପରିଚାଳନା କମିଟି ନିର୍ବାଚନ ପାଇଁ ସାଧାରଣ ସଂପାଦକ ଗୌର ଚନ୍ଦ୍ର ଦାଶ ପ୍ରସ୍ତାବ ଆଗତ କରିଥିଲେ। ଏଥିପାଇଁ ସର୍ବସମ୍ମତି କ୍ରମେ ଏକ ମନୋନୟନ କମିଟି ଗଠନ ହୋଇଛି। ଉକ୍ତ କମିଟି ଆସନ୍ତା ଏପ୍ରିଲ୍ ମାସ ମଧ୍ୟରେ ବିଭିନ୍ନ ବ୍ଲକ୍ କମିଟି କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ସମିତିର ସୁପରିଚାଳନା ନିମିତ୍ତ ଏକ ପ୍ରସ୍ତାବ ଦେବାପରେ ଆସନ୍ତା ସାଧାରଣ ସଭାର ଅନୁମୋଦନ ପାଇଁ ଏହା ଆଗତ କରାଯିବ ବୋଲି ସଭାପତି ଶ୍ରୀ ଦାଶ ମତ ପ୍ରଦାନ କରିଥିଲେ। ରାଧାକୃଷ୍ଣ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ