ଗ୍ରାମମୁଖୀ ପ୍ରଶାସନ ଶିବିରରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାହିଁକି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତିରେ ପଞ୍ଚାୟତସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଓ ଗ୍ରାମମୁଖୀ ପ୍ରଶାସନ ଶିବିରରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାହିଁକି ରହୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଏଠାରେ ସୂଚନାଯୋଗ୍ୟଯେ, ଗତକାଲି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେରେଡାଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପଞ୍ଚାୟତସ୍ତରୀୟ ଜନ ଶୁଣାଣୀ ସହ ଗ୍ରାମ୍ୟ ମୁଖି ପ୍ରଶାସନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ନିମନ୍ତେ ବ୍ଲକ ପ୍ରଶାସନ ଦ୍ଵାରା ପଞ୍ଚାୟତ ସ୍ତରରେ ଜନ ଶୁଣାଣି କରାଯାଉଛି। କିନ୍ତୁ କେତେକ ବିଭାଗୀୟ ଅଧିଚାରୀ ଅନୁପସ୍ଥିତ ରହୁଥିବାରୁ ଲକ୍ଷ ସାଧିତ ହେଉନଥିବା ଅଭିଯୋଗ ହେଉଛି। ଜନ ଶୁଣାଣିରେ ମୁଖ୍ୟତଃ ତହସିଲ, ଶିକ୍ଷା, ସ୍ୱାସ୍ଥ୍ୟ,ପଶୁ ଭେଟେନେରୀ , ବିଦ୍ୟୁତ, ପୂର୍ତ୍ତ ଏବଂ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ ପ୍ରମୁଖ ଅନୁପସ୍ଥିତ ଥିବା ଜଣାପଡିଛି। ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ବ୍ଲକ ଅଧ୍ୟକ୍ଷା, ମାଳତୀ ପ୍ରଧାନ, ଏଇଇ ପ୍ରଦ୍ୟୁମ୍ନ କୁମାର ଦାସ, ଗୋଷ୍ଠୀ ମଙ୍ଗଳ ଅଧିକାରୀ ସତ୍ୟଜିତ ମହାନ୍ତି, ବ୍ଲକ ଗ୍ରାମ ପଞ୍ଚାୟତ ଉନୟନ ଅଧିକାରୀ ଶସାଙ୍ଗ ଶେଖର ସୁବୁଦ୍ଧି ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଆଜିର ଜନଶୁଣାଣୀରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପାନୀୟଜଳ, ବିଦ୍ୟୁତ, ରାସ୍ତା, ଭତ୍ତା, ନୂତନ ଖାଉଟି କାର୍ଡ, ଗ୍ରାମୀଣ ଗୃହ ଭଳି ମୋଟ ୩୩ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇ ଥିଲା। ଆସିଥିଲା ବେଳେ ୩ଟି ଗୋଷ୍ଠିଗତ ସମସ୍ୟା ଥିବା ବେଳେ ୩୦ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା। ୧୧ଟି ତୁରନ୍ତ ସମାଧାନ କରିଥିଲେ ବ୍ଲକ ପ୍ରଶାସନ। ଅବଶିଷ୍ଟ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଏହି ସମସ୍ତ କାର୍ଯ୍ୟରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ପୂଜାରୀ, ସମିତି ସଭ୍ୟା କାନ୍ଧୁନି ବେହେରା, ନାୟବ ସରପଞ୍ଚ ସିମିୟ ପ୍ରଧାନ, ପିଇଓ ପୁଷ୍ପା ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ